ରାଞ୍ଚିରେ ପ୍ରେମ ସମ୍ୱନ୍ଧକୁ ନେଇ ୩୦ ବର୍ଷର ଯୁବକର ମର୍ଡରକୁ ନେଇ ଖୁଲାସା ହୋଇଛି। ପତ୍ନୀଙ୍କ ୧୫ ବର୍ଷର ପୁରୁଣା ପ୍ରେମିକକୁ ମର୍ଡର କରିଛି ସ୍ୱାମୀ। ପୁଲିସ ଏହି ମାମଲାରେ ଏକ ଦମ୍ପତ୍ତିଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଯୁବକର ଶବକୁ ଏକ କୁଅରୁ ଉଦ୍ଧାର କରିଛି ପୁଲିସ। ୧୫ ବର୍ଷର ପୁରୁଣା ପ୍ରେମ ସମ୍ପର୍କରେ ଅତିଷ୍ଠ ହୋଇ ସ୍ୱାମୀ ଜନସନ ମିଞ୍ଜ୍ ପତ୍ନୀଙ୍କ ପ୍ରେମିକ ଆସିଫ ଅନସାରୀକୁ ହତ୍ୟା କରିଦେଲା। ଏଥିଲାଗି ୮ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। ଜନସନ, ପତ୍ନୀ ବିଉଲା ଟପ୍ପୋ ଓ ୩ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ହତ୍ୟାକାଣ୍ଡ ହୋଇଛି। ଅନ୍ୟ ଅଭିଯୁକ୍ତ ହେଲେ ଜନସନର ସାଙ୍ଗ ତଥା ମର୍ଡର ପାଇଁ ସୁପାରୀ ନେଇଥିବା ଦୀପକ ଅଗ୍ରଓ୍ୱାଲ, ପ୍ରିନ୍ସ କୁମାର ଓ ପ୍ରେମ ଲକଡ଼ା। ଏମାନଙ୍କଠୁ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ, ବାଇଟ୍, ସ୍କୁଟି ଜବତ ହୋଇଛି। ଜନସନର ପତ୍ନୀ ବିଉଲା ସହ ଆସିଫ ଅନସାରୀରେ ୧୫ ବର୍ଷ ହେଲା ପ୍ରେମସମ୍ପର୍କ ଥିଲା। ଜନସନଙ୍କ ଅନୁପସ୍ଥିତିରେ ଦୁହେଁ ଅନୈତିକ ସମ୍ପର୍କ ସ୍ଥାପନ କରୁଥିଲେ। ଏହାର ଖବର ଜନସନ ପାଇଥିଲା। ଆଉ ଦୁହିଁଙ୍କ ଅବୈଧ ସମ୍ପର୍କକୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ଅନସାରି ବୁଝିନଥିଲା। ବିଉଲା ସହ ଜୋର ଜବରଦସ୍ତି ସମ୍ପର୍କ ରଖୁଥିଲା। ସେଥିଲାଗି ନିଜ ସାଙ୍ଗ ଦୀପକ ଅଗ୍ରଓ୍ୱାଲ ସହ ମିଶି ମର୍ଡର ପ୍ଲାନ୍ କରିଥିଲା। ୮ଲକ୍ଷ ଟଙ୍କା ସୁପାରୀ ଦେଇଥିଲା। ଏଥିରୁ ପ୍ରିନ୍ସ ୧.୬୦ଲକ୍ଷ, ପ୍ରେମକୁ ୨.୪୦ଲକ୍ଷ ଓ ଦୀପକକୁ ୪ଲକ୍ଷ ଟଙ୍କା ଦେଇଥିଲା ଜନସନ। ଗଲା ଫେବୃଆରୀ ୧୯ରେ ଅନସାରି ବିବାହିତା ପ୍ରେମିକା ବିଉଲାଙ୍କୁ ଭେଟିବାକୁ ଯାଇଥିଲା। ଏହା ଜାଣିପାରି ଆନନ୍ଦବିହାର ମହଲ୍ଲାରେ ତାକୁ ହତ୍ୟା କରାଯାଇଥିଲା। ପରିଚୟ ଲୁଚାଇବାକୁ ତା ମୁହଁକୁ ପଥରରେ ଛେଚି ଦିଆଯାଇଥିଲା। ଶରୀରର ବିଭିନ୍ନ ଅଙ୍ଗକୁ କଟା ଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now