ପରକୀୟା ପ୍ରିତିର କରୁଣ ପରିଣତି : ସ୍ଵାମୀ, ସ୍ତ୍ରୀ ହଣାକଟା : ଡାକ୍ତରଖାନାରେ ଭର୍ତ୍ତି

Spread the love

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନିୟ ଘଟଣା। ସ୍ଵାମୀର ପରକୀୟା ପ୍ରିତି ପାଇଁ ସ୍ଵାମୀ, ସ୍ତ୍ରୀ ମଧ୍ୟରେ କଳହ ଲାଗି ଉଭୟ ଗୁରୁତର ଆହତ ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଏ ନେଇ ଉଭୟ ପକ୍ଷରୁ ଚମ୍ପୁଆ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଭୈରବ ମହାନ୍ତଙ୍କ ପରକୀୟା ପ୍ରିତିକୁ ନେଇ ପରିବାରରେ ପ୍ରତିଦିନ ପାଟି ତୁଣ୍ଡ ହେବାସହ ତାଙ୍କ ସ୍ତ୍ରୀ ଖୁଲଣା ସୁନ୍ଦରୀ ମହାନ୍ତଙ୍କ ସହିତ ମତାନ୍ତର ଲାଗି ରହୁଥିଲା। ତେବେ ଗତକାଲି ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇ ଝଗଡା ତୀବ୍ର ରୂପ ଧାରଣ କରିଥିବା ବେଳେ ସ୍ଵାମୀ ଭୈରବ ଏକ ଛୁରୀରେ ସ୍ତ୍ରୀ ଖୁଲଣାଙ୍କ ବେକକୁ ଓ ହାତକୁ କାଟି ଦେଇଥିଲେ। ଅନ୍ୟପଟେ ଭୈରବ ସ୍ତ୍ରୀ ଖୁଲଣାଙ୍କୁ ଆକ୍ରମଣ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ଠେଲା ପେଲା ହୋଇ ଭୈରବଙ୍କ ହାତରେ ମଧ୍ୟ ଛୁରୀ ବାଜି କ୍ଷତ ହୋଇଥିଲା। ଫଳରେ ଉଭୟ ପକ୍ଷରୁ ଚମ୍ପୁଆ ଥାନାରେ ଅଭିଯୋଗ ଦେବା ସହ ଦୁହେଁ ସ୍ଵାମୀ, ସ୍ତ୍ରୀ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *