ନିଳାଗୁଡାରେ ଅବକାରି ଚଢ଼ଉ

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଅବକାରି ଚଢଉ ହୋଇଛି । ମଦ ମାଫିଆ ମାନେ ମଦ ଓ ପୋଚ ଲୁଚାଇ ରଖି ଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ତରଫରୁ ଚଢଉ କରାଯାଇଛି । ଚଢ଼ଉ ସୂଚନା ପାଇ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବହୁ ମଦ ଭାଟି ଭାଙ୍ଗିଛି ଜୟପୁର ଅବକାରି ବିଭାଗ । ଚଢଉ କରି ୧୪ଶହ ଲିଟର ପୋଚ ଓ ୯୦ ଲିଟର ଦେଶି ମଦକୁ ଜବତ କରି ନଷ୍ଟ କରିଛି । ଘଟଣାସ୍ଥଳରୁ ମଦରନ୍ଧା ସରଞ୍ଜମ ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *