ସମ୍ବଲପୁରରେ ବେଆଇନ ଗୁଳି ବନ୍ଧକ ଜବତ, ୬ ଗିରଫ

Spread the love

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ବଡ଼ ଅପରାଧି ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଏସପି ମୁକେଶ କୁମାର ଭାମୁ କହିଛନ୍ତି ଯେ ୮ ଟି ବନ୍ଧୁକ ସହ ୨୨ ଟି ଜୀବନ୍ତ ଗୁଳି,ଗୋଟିଏ ଖଣ୍ଡା,୩ ଟି ଗାଡି,୧୧ ଲକ୍ଷ ୨୦ ହଜ଼ାର ୮୫୦ ଟଙ୍କା ଜବତ କରା ଯାଇଛି । ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମ୍ବଲପୁର ର ଧନୁପାଲି ଥାନା, ଠେଲକୋଲୋଇ, ଅଇଁଠାପାଲି ଓ ବୁର୍ଲା ଥାନା ରେ ଚଢ଼ାଉ କରାଯାଇଥିଲା । ସମସ୍ତ ବନ୍ଧୁକ ରାଜ୍ୟ ବାହାରୁ ଆସିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *