ଉଦଘାଟିତ ହେଲା ଝାରସୁଗୁଡ଼ାର ନୂଆ ବସ୍ ଟର୍ମିନାଲ

Spread the love

ଭୁବନେଶ୍ୱର : ଝାରସୁଗୁଡ଼ା ସହରରେ ନୂଆ ବସ ଟର୍ମିନାଲର ଆଜି ଉଦଘାଟନ କରାଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଟର୍ମିନାଲର ଉଦଘାଟନ କରିଛନ୍ତି ।

ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ସହରର ବାଲିଜୋରିଠାରେ ନିର୍ମିତ ଏହି ନୂତନ ବସ ଟର୍ମିନାଲ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲପାଳ ଅବୋଲି ସୁନୀଲ ନରୱନେ, ଏସପି ସ୍ମିତ ପରମାର ପି ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *