ପତ୍ନୀକୁ ଗୁଳି କରି ଫେସବୁକ୍ ଲାଇଭ..

ଅବୈଧ ସମ୍ୱନ୍ଧ ଓ ବ୍ଲାକମେଲିଂରୁ ମର୍ଡର। ମଝି ରାସ୍ତାରେ ମର୍ଡର କରି ଫେସବୁକ ଲାଇଭ୍‌ କଲା ସ୍ୱାମୀ। ଗ୍ୱାଲିଅରରୁ ଆସିଛି ଏଭଳି ଛାତିଥରା ଦୃଶ୍ୟ। ପିସ୍ତଲ ବାହାର କଲା ଓ ଚେହେରାକୁ ୪ରୁ୫ଥର ଗୁଳି କଲା। ଅରବିନ୍ଦ ଓ ନନ୍ଦିନୀ ଆର୍ଯ୍ୟସମାଜ ମନ୍ଦିରରେ ଲଭ ମ୍ୟାରେଜ୍ କରିଥିଲେ। ଲିଭ ଇନ ରିଲେସନରେ ରହୁଥିଲେ। କାରଣ ସାମାଜିକ ପ୍ରତିବନ୍ଧକ ଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଅଲଗା ଅଲଗା ରହୁଥିଲେ ପତି ପତ୍ନୀ। ନନ୍ଦିନୀର ପରକୀୟାପ୍ରୀତି ସାଙ୍ଗକୁ ସେ ଅରବିନ୍ଦଙ୍କୁ ବ୍ଲାକମେଲିଂ କରୁଥିବାର ଆରୋପ ଲଦି ଏଭଳି ନାରକୀୟ କାଣ୍ଡ ଭିଆଇଲା ବୋଲି କହିଥିଲା ଅରବିନ୍ଦ। ରୁପ ସିଂ ଷ୍ଟାଡିଅମ ବାହାରେ ଶୁକ୍ରବାର ଦ୍ୱିପ୍ରହରରେ ୨୮ ବର୍ଷର ନନ୍ଦିନୀଙ୍କୁ ଗୁଳି କରି ମାରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସ୍ଥାନୀୟ ଠିକାଦାର ଅରବିନ୍ଦ ପରିହାର ନିଜ ପତ୍ନୀ ନନ୍ଦିନୀଙ୍କୁ ଷ୍ଟାଡିଅମ ପାଖରେ ଅଟକାଇଥିଲେ। ପିସ୍ତଲ ବାହାର କରି ନନ୍ଦିନୀଙ୍କୁ ଚେହେରା ଉପରକୁ ଗୁଳି ବର୍ଷା କଲା। ନନ୍ଦିନୀ ରାସ୍ତାରେ ଟଳିପଡିବା ପରେ ଅରବିନ୍ଦ ତାଙ୍କ ଶବ ପାଖରେ ପିସ୍ତଲ ନେଇ ଛିଡ଼ା ହୋଇ ରହିଲା। ତେବେ ହାତରେ ଲୋଡେଡ୍ ପିସ୍ତଲ ଥିବାରୁ ଅନ୍ୟ କାହାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିଲା। ସେଥିଲାଗି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଗ ଲୁହବୁହା ଗ୍ୟାସ୍ ଛାଡ଼ି ତାକୁ କାବୁ କରିଥିଲା। ଅରବିନ୍ଦଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ନିର୍ଧୁମ ଛେଚିଥିଲେ। ଅରବିନ୍ଦ କହିଥିଲା, ନନ୍ଦିନୀ ନିଜ ବୟଫ୍ରେଣ୍ଡ ଅଙ୍କୁଶ ଓ କଲ୍ଲୁର କହିବା ଅନୁସାରେ ତାଙ୍କ ଉପରେ ମିଛ ମାମଲା କରିଥିଲା। ନନ୍ଦିନୀର ଅନେକ ପୁଅଙ୍କ ସହ ସମ୍ପର୍କ ଅଛି। ସେପ୍ଟେମ୍ୱର ୯ରେ ଅରବିନ୍ଦ ବିରୁଦ୍ଧରେ ଏସପି ଅଫିସରେ ଅଭିଯୋଗ କରିଥିଲେ ନନ୍ଦିନୀ। ଅରବିନ୍ଦ ତାଙ୍କୁ ଧୋକା ଦେଉଛି ବୋଲି ଆରୋପ ଲଦିଥିଲେ। ଅରବିନ୍ଦ ପୂର୍ବରୁ ବିବାହିତ ଥିଲା ଓ ତାଙ୍କର ପିଲା ବି ଅଛନ୍ତି। ଏହାକୁ ନେଇ ଚୁପ୍ ରହିବାକୁ ଅରବିନ୍ଦ ତାଙ୍କୁ ଧମକ ଦେଉଛନ୍ତି। ନଭେମ୍ୱର ୨୦୨୪ରେ ଅରବିନ୍ଦ ଓ ତାଙ୍କ ସାଥୀ ପୂଜା ପରିହାର ବି ତାଙ୍କୁ ମାଡ଼ପିଟ କରିଥିଲେ। ତେବେ ଆପୋଷ ସମାଧାନ ପରେ ବି କଥା ଥମିନଥିଲା। କାରଣ ନନ୍ଦିନୀ ଆଉ କାହା ପ୍ରତି ରୁଚି ରଖୁଥିବା ଜାଣି ଅରବିନ୍ଦଙ୍କ ସହ ପୁଣି ଝଗଡ଼ା ବଢ଼ିଥିଲା। ନନ୍ଦିନୀ ବି ନିଜର ତୃତୀୟ ସ୍ୱାମୀଙ୍କ ହତ୍ୟାକାଣ୍ଡ ଅଭିଯୋଗରେ ୨୦୨୨ରେ ଜେଲରୁ ବାହାରିଥିଲେ। ପୁଲିସ ଯାଞ୍ଚରୁ ଜଣାପଡ଼ିଛି, ୧୦ ମାସ ତଳେ ନନ୍ଦିନୀଙ୍କୁ ମାରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ଅରବିନ୍ଦ। କିନ୍ତୁ ନନ୍ଦିନୀ ବର୍ତ୍ତିଯାଇଥିଲେ। ନନ୍ଦିନୀ ନିଜ ପୁଅ ଓ ମାଆଙ୍କ ସହ ଥାନାରୁ ଫେରୁଥିଲା ବେଳେ କାର ମଡ଼ାଇ ମାରିବାକୁ ପ୍ରୟାସ କରିଥିଲା ଅରବିନ୍ଦ। ଅଙ୍କୁଶଙ୍କ କହିବା କଥା, ଶୁକ୍ରବାର ଏସପି ଅଫିସରେ ଅଭିଯୋଗ କରି ଫେରୁଥିଲା ବେଳେ ରାସ୍ତାରେ ଅରବିନ୍ଦ ଅଚାନକ ଆକ୍ରମଣ କରିଥିଲା। ରାସ୍ତାରେ ଅଟକାଇ ନନ୍ଦିନୀ ସହ କଥା ହେବାକୁ ଚାହିଁଥିଲା। ନନ୍ଦିନୀ ମନା କରିଦେବାରୁ ପିସ୍ତଲ ବାହାର କରିଥିଲା ମାରିବାକୁ ଅରବିନ୍ଦ। ଡରରେ ସେମାନେ ଦୌଡ଼ି ପଳାଇବାରୁ ନନ୍ଦିନୀକୁ ଗୁଳି କରିଦେଲା ଅରବିନ୍ଦ। ଅରବିନ୍ଦ ନନ୍ଦିନୀଙ୍କ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା।ନନ୍ଦିନୀ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ। ଅରବିନ୍ଦ କାହିଁକି ଏମିତି ନାରକୀୟ କାଣ୍ଡ ଭିଆଇଲା। ଅଙ୍କୁଶ ପାଠକ ଓ କଲ୍ଲୁ ପଞ୍ଚାଲ ଦୁଇ ବୟଫ୍ରେଣ୍ଡଙ୍କ ଭୂମିକା କଅଣ। ଏସବୁର ଛାନଭିନ ବି କରୁଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *