ସେକ୍ସ ପାଇଁ ମନା କରିବାରୁ- ଗିଫ୍ଟ ଦେବା ବାହାନାରେ ପ୍ରେମିକାକୁ ମର୍ଡର

ଗାର୍ଲଫ୍ରେଣ୍ଡ ସେକ୍ସ କରିବାକୁ ମନା କରିଦେବାରୁ ନିର୍ମମ ହତ୍ୟା କରିଦେଲା ପ୍ରେମିକ। ଦେହ ଭଲ ନାହିଁ ବୋଲି ରାଜି ହୋଇନଥିଲେ ପ୍ରେମିକା। ଏଥିରେ ପ୍ରେମିକ ରାଗି ଯାଇ ପ୍ରେମିକାର ହାତ ଓ ଗୋଡ଼କୁ ଦୌଡ଼ିରେ ବାନ୍ଧିଦେଲା। ଆଖିରେ କପଡ଼ା ବାନ୍ଧିଦେଲା। ତାଙ୍କ ପାଇଁ ଏକ ଗିଫ୍ଟ ରଖିଛି ବୋଲି କହିଥିଲା। ଆଉ ତା ପରେ ପାଟିରେ କନା ପୁରାଇ ଛାତିରେ ବସିଗଲା। ଆଉ ଗଳା ଚିପି ମାରିଦେଲା। ପ୍ରେମିକା ମରିଗଲା ବୋଲି ନିଶ୍ଚିତ ପରେ ଛୁରୀରେ ଏତେ ଜୋରରେ ଭୁଷିଦେଲା ଯେ, ଛୁରୀ ବି ଭାଙ୍ଗିଗଲା। ଏତିକିରେ ସରିନଥିଲା କାରନାମା। ଶବ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲା। ପୀଡ଼ିତାର ଆତ୍ମା ସହ ସମ୍ପର୍କ କରିବାକୁ କଳା ଜାଦୁ କରିଥିଲା। ହତ୍ୟାକାରୀ ପ୍ରେମିକର ନାଁ ପିୟୁଷ ଧମନୋତିୟା। ଇନ୍ଦୋରର ଦ୍ୱାରିକାପୁରୀରେ ଏମବିଏ ଛାତ୍ରୀଙ୍କୁ ହତ୍ୟା ପରେ ବି ସାମାନ୍ୟ ଅନୁଶୋଚନା ନଥିଲା। ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନେଇଛି। ପୀଡିତା ଫେବୃଆରୀ ୧୧ରୁ ନିଖୋଜ ହୋଇଯାଇଥିଲେ। ୧୩ ତାରିଖରେ ତାଙ୍କ ଶବ ଏକ ଫ୍ଲାଟରୁ ଜବତ କରିଥିଲା ପୁଲିସ। ଅଭିଯୁକ୍ତ ପାଖରୁ ସିନ୍ଦୂର, ଓଢଣୀ, ଚୁଡ଼ି ସହ ଅନେକ ସାମଗ୍ରୀ ଜବତ ହୋଇଛି। ହତ୍ୟା କରିବା ପରେ ପୀଡିତା ମୋବାଇଲରୁ କଲେଜର ଏକ ଓ୍ୱାଟସଆପ୍ ଗ୍ରୁପରେ ପୂର୍ବରୁ ରେକର୍ଡ ହୋଇଥିବା ଅନ୍ତରଙ୍ଗ ଭିଡ଼ିଓ ଛାଡ଼ିଦେଇଥିଲା ଅଭିଯୁକ୍ତ। ପୀଡ଼ିତାଙ୍କୁ ବଦନାମ କରିବାକୁ କରିଥିଲା ପ୍ରୟାସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *