ପତ୍ନୀକୁ ମର୍ଡର କଲେ ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ

ମୁଁ ମଲା ପରେ ତାଙ୍କର କିଏ କେୟାର ନେବ। ସବୁବେଳେ ପତ୍ନୀଙ୍କ ପାଇଁ ଏହି ଟେନସନରେ ରହୁଥିବା ସ୍ୱାମୀ ଶେଷରେ ତକିଆରେ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଦେଇଛନ୍ତି। ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ତଥା କର୍ମଚାରୀ ୬୫ ବର୍ଷୀୟ ନାଗେଶ୍ୱର ରାଓଙ୍କ ଏଭଳି ଭାବନା ଓ କାରନାମା ଦେଖି ସମସ୍ତେ ତାଜୁବ୍। ଏପରିକି ପତ୍ନୀ ସଂଧ୍ୟାଶ୍ରୀଙ୍କୁ ମାରିବା ପରେ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ ନାଗେଶ୍ୱର। ବେଙ୍ଗାଲୁରୁରେ ଏଭଳି ଘଟଣା ସମସ୍ତଙ୍କୁ ହତବାକ୍ କରିଛି। ନାଗେଶ୍ୱରଙ୍କ ଏଭଳି କ୍ରୁର ରୂପକୁ ନେଇ ସବୁଠି ଚର୍ଚ୍ଚା। ନାଗେଶ୍ୱରଙ୍କୁ ପୁଲିସ ଗିରଫ କରିଛି। ନାଗେଶ୍ୱର ମାନସିକ ରୋଗୀ ଥିଲେ। ସେ ଡିପ୍ରେସନର ଶୀକାର ଥିବାରୁ ମେଡିସିନ୍ ଖାଉଥିଲେ। ଆଉ ଏହି ଚାପରୁ ସେ ନିଜ ପତ୍ନୀଙ୍କୁ ମାରିଦେଇଛନ୍ତି। ନାଗେଶ୍ୱରଙ୍କୁ ଗିରଫ ପରେ ତାଙ୍କ ଝିଅଙ୍କୁ ସୂଚନା ଦେଇଛି ପୁଲିସ। ତାଙ୍କ ଝିଅ ଆମେରିକାରେ ରୁହନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *