ବିଚାରଧୀନ କଏଦୀଙ୍କ ମେଡିକାଲରେ ମୃତ୍ୟୁ

Spread the love

ବିଚାରଧୀନ କଏଦୀଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଭବାନିପାଟଣା ସ୍ଥିତ ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ବାହାଦୁର ପଦର ଗାଁର ହୃଦୟ କୁମାର ପୋଢ । ଗତ କିଛିଦିନ ତଳେ ଏକ ଅପରାଧିକ ମାମଲାରେ ଜେଲରେ ରହିଥିଲେ । ଗତକାଲି ହୃଦୟ କୁମାର କୌଣସି କାରଣରୁ ଅସୁସ୍ଥ ହେବାରୁ ଜେଲ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହୃଦୟଙ୍କ ମୃତ୍ୟୁକୁ ନେଇ ପରିବାରଲୋକେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *