ମେସେଜରୁ ମର୍ଡର

ଗାର୍ଲଫ୍ରେଣ୍ଡକୁ ମେସେଜ୍ କରିବାରୁ ମର୍ଡର କଲା ପ୍ରେମିକ। ବେଙ୍ଗାଲୁରୁରେ ଏଭଳି ଅଘଟଣ ସାମ୍ନାକୁ ଆସିଛି। ମେସେଜ୍ କରୁଥିବା ସିକ୍ୟୁରିଟି ଗାର୍ଡ ବିକ୍ରମ ସିଂଙ୍କ ସମେତ ୨ଜଣଙ୍କୁ ହତ୍ୟା କରିଦେଲା ଯୁବକ। ହତ୍ୟାକାରୀ ସମରକୁ ଗିରଫ କରିଛି ପୁଲିସ। ବିକ୍ରମ ସିଂ ସମରର ପ୍ରେମିକାକୁ ମେସେଜ୍ କରିଥିଲା। ତାଙ୍କ ସହ ଭିଡ଼ିଓ କଲ୍ ବି କରୁଥିଲା। ଏହା ଜାଣିପାରି ସମର ନିଜର ହିତାହିତ ଜ୍ଞାନ ଭୁଲି ସବୁଦିନ ଲାଗି ବିକ୍ରମକୁ ବାଟରୁ ହଟାଇବାକୁ ଯୋଜନା କରିଥିଲା। ଏକ ଅଚଳ ଫ୍ୟାକଟ୍ରିରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବିକ୍ରମକୁ ଆସି ଆକ୍ରମଣ କରିଥିଲା। ଏମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ଚେଷ୍ଟା କଲା ବେଳେ ସମରର ଆକ୍ରମଣରେ ଛୋଟା ସୁରୀ ନାମକ ଯୁବକ ବି ମୃତ୍ୟୁମୁଖରେ ପଡ଼ିଲା। ସୁରୀ ଟେକ୍ସଟାଇଲ ଦୋକାନରେ ଡ୍ରାଇଭର ଭାବେ କାମ କରୁଥିଲା। ବିକ୍ରମଙ୍କ ଘର ବିହାରରେ ହୋଇଥିଲା ବେଳେ ସୁରୀଙ୍କ ଘର ନେପାଳରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *