ଦିଲ୍ଲୀ ଆର୍ଥିକ ଅପରାଧ ଶାଖାରେ ପୁଣି ହାଜର ହେବେ ଜାକଲିନ

Spread the love

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ମାମଲାରେ ଦିଲ୍ଲୀ ପୁଲିସର ଇଓଡବ୍ଲୁରେ ହାଜର ହେବେ ଅଭିନେତ୍ରୀ ଜାକଲିନ ଫର୍ନାଡିଜ। ସକାଳ ପ୍ରାୟ ୧୧ଟା ୩୦ରେ ମନ୍ଦିର ମାର୍ଗ ସ୍ଥିତ ଆଇଓଡବ୍ଲୁ ଅଫିସରେ ସେ ହାଜର ହେବେ। ଏନେଇ ତାଙ୍କୁ ସମନ ହୋଇଛି। ସୋମବାର ଜାକଲିନ ଓ ଫେସନ ଡିଜାଇନର ଲିପାକ୍ଷୀଙ୍କୁ ସାମ୍ନାସାମ୍ନି ପ୍ରଶ୍ନକରିପାରେ ଇଓଡବ୍ଲୁ।

 ଏହା ପୂର୍ବରୁ ୧୪ ସେପ୍ଟେମରରେ ଜାକଲିନ  ଦିଲ୍ଲୀ ଇଓଡବ୍ଲୁ ନିକଟରେ ଉପସ୍ଥିତ ହୋଇଥିଲେ ଓ ତାଙ୍କୁ ୮ ଘଣ୍ଟା ଧରି ୫୦ଟି ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା। ପୁଲିସ ଅନୁଯାୟୀ ପିଙ୍କି ଇରାନୀ ଓ ଜାକଲିନ ସାଙ୍ଗରେ ଥିଲେ। ଇରାନୀ ଚନ୍ଦ୍ରଶେଖରଙ୍କ ସହ ଫର୍ନାଡିଜଙ୍କ ସାକ୍ଷାତ କରାଇଥିଲେ।

ଚଳିତ ମାସ ଆରମ୍ଭରେ ବଲିଉଡର ଅନ୍ୟଜଣେ ଅଭିନେତ୍ରୀ ନୋରା ଫତେହୀଙ୍କୁ ୬-୭ ଘଣ୍ଟା ଧରି ପଚରା ଉଚରା କରିଥିଲେ। ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ନୋରାଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରିଛି ଇଡି। ମହାଠକ ସୁକେଶ ଚନ୍ଦ୍ରଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଅଭିନେତ୍ରୀଙ୍କୁ ଜେରା କରୁଛି।  

Leave a Reply

Your email address will not be published. Required fields are marked *