ନିର୍ବନ୍ଧ ସରିଥିଲା। ବାହାଘରକୁ ଅପେକ୍ଷା ଥିଲା। ଏହାରି ଭିତରେ ଭାବି ସ୍ୱାମୀଙ୍କ ସହ ପିକନିକ ସ୍ପଟ ବୁଲିବାକୁ ଯାଇଥିଲେ ଯୁବତୀ। କିନ୍ତୁ କନ୍ୟାର ସବୁକିଛି ଛାରଖାର ହୋଇଗଲା। ୮ ଜଣ ଦୁର୍ବୃତ୍ତ କନ୍ୟାକୁ ଗଣଦୁଷ୍କର୍ମ କଲେ। ଅଭିଯୁକ୍ତମାନେ ଯୁବତୀକୁ ଉଠାଇନେଇ ପାଖରେ ଥିବା ଏକ ରୁମକୁ ନେଇଯାଇଥିଲେ। ସେଠାରେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ। ଆଉ ଯୁବତୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଚାଲିଥିଲେ। ଆଉ କିଛି ଏହାର ଭିଡିଓ କରିଥିଲେ। ୮ ଜଣଙ୍କ ଭିତରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଫେରାର୍ ୩ ଜଣଙ୍କୁ ପୁଲିସ ତଲାସ କରୁଛି। ୟୁପିର କାସଗଞ୍ଜରେ ଥିବା ହଜାରା ନଦୀ ତଟରେ ଏକ୍ୱାଡକ୍ଟ ପିକନିକ ସ୍ପଟରେ ଏମାନେ ବୁଲୁଥିଲା ବେଳେ ଏଭଳି ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ଏ ଘଟଣାର ଗିରଫ ଅଭିଯୁକ୍ତଙ୍କ ଭିତରେ ଜଣେ ବିଜେପି ନେତା ଅଛି। ତାଙ୍କ ନାଁ ଅଖିଳେଶ ସିଂ ଗବ୍ବର। ଅଖିଳେଖ ବିରୁଦ୍ଧରେ କାସଗଞ୍ଜରେ ଏକାଧିକ ମାମଲା ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now