ଶରଦ ପାଓ୍ୱାରଙ୍କୁ ଏକ କବିତା ଜରିଆରେ ସୋସିଆଲ ମିଡ଼ିଆରେ ସମାଲୋଚନା କରିଥିବା ମରାଠୀ ଅଭିନେତ୍ରୀ ୪୦ ଦିନ ପରେ ମୁକୁଳିଥିଲେ ଜେଲରୁ। ମରାଠୀ ଅଭିନେତ୍ରୀ କେତକୀ ଚିତାବଲେ ଜେଲରୁ ଜାମିନ ବଳରେ ରିଲିଜ୍ ହୋଇଥିଲେ। କେତକୀଙ୍କ ବିରୁଦ୍ଧରେ ୪୦ଟି ଏତଲା ହୋଇଥିଲା। ତାଙ୍କୁ ଜଣେ ଅପରାଧୀ ଭଳି ଜେଲରେ ଠୁଙ୍କି ଦେଇଥିଲା ପୁଲିସ। ୨୦୨୨ର ଘଟଣା। ମେ ୧୪, ୨୦୨୨ରେ ଥାନେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ କେତକୀ। ମେ ୨୦ରେ ଆଉ ଏକ ଏତଲା ଆଧାରରେ ପୁଣି ଗିରଫ ହୋଇଥିଲେ। ୨୦୨୦ର ଏକ ଏସସି ଏସଟି ଆକ୍ଟ ମାମଲାରେ ବନ୍ଧା ହୋଇଥିଲେ। ଯଦି ସେତେବେଳେ ଏମିତି ଦଣ୍ଡ ଦିଆଯାଇଥିଲା। ତା ହେଲେ କୁନାଲ କାମରା ତ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗଦ୍ଦାର କହିଛନ୍ତି। କୁନାଲଙ୍କ ସପକ୍ଷରେ କାହିଁକି ଓକିଲାତା କରୁଛି ଇଣ୍ଡିଆ ମେଣ୍ଟ ବୋଲି ଏବେ ସୋସିଆଲ ମିଡ଼ିଆରେ ପୁରୁଣା ପ୍ରସଙ୍ଗକୁ ନେଇ ଟ୍ରେଣ୍ଡିଂ ଚାଲିଛି। ବାକ୍ ସ୍ୱାଧୀନତାକୁ ନେଇ ବାରମ୍ୱାର ଦୁରୁପଯୋଗ କରିଆସୁଥିବା କମେଡିଆନ୍ କୁନାଲ କାମରାଙ୍କ ବିରୁଦ୍ଧରେ କାହିଁକି ଆଇନଗତ ଆକ୍ସନ ହେବ ବୋଲି ଦାବି ଜୋର୍ ଧରିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now