ଜମି ଦେବାକୁ କହି ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣକୁ ଗିରଫ କଲା ଖଲ୍ଲିକୋଟ ପୋଲିସ

ଖୋର୍ଦ୍ଧା : ଜମି ଦେବାକୁ କହି ୧୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣକୁ ଖଲ୍ଲିକୋଟ ପୋଲିସ ଗିରଫ କରିଛି । ଗିରଫ ଜଣକ ହେଲେ ବାଲୁଗାଁ ଘୁମୁଶର ପଦର ଗ୍ରାମର ମୁରଲୀଧର ତରେଇ । ପୋଲିସ ସୂଚନା ମୁତାବକ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଲକ୍ଷ୍ମୀନାରାୟଣ ସାହୁଙ୍କ ପରିବାର ସହ ବାଲୁଗାଁ ଘୁମୁଶର ପଦର ଗ୍ରାମର ମୁରଲୀଧର ତରେଇ ପ୍ରଥମେ ସୁସମ୍ପର୍କ ସ୍ଥାପନ କରିଥିଲେ । ପରେ ଲକ୍ଷ୍ମୀନାରାୟଣଙ୍କୁ ମୁରଲୀଧର ମୋର ପୁଅ ଇଞ୍ଜିନିୟରିଂ ପାଠ ପଢ଼ା ଓ ଝିଅର ବିବାହ କରିବା ପାଇଁ ଟଙ୍କା ଆବଶ୍ୟକ ଅଛି । ତେଣୁ ମୋର ଖଣ୍ଡେ ଜମି ଅଛି । ଟଙ୍କା ଦେଲେ ତୁମ ନାମରେ ରେଜିଷ୍ଟ୍ରି କରିଦେବି ବୋଲି ମୁରଲୀଧର ତରେଇ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ କଥାରେ ବିଶ୍ୱାସ କରି ଲକ୍ଷ୍ମୀନାରାୟଣ ୨୦୨୧ ମାର୍ଚ୍ଚ ୧୩ରେ ଚୁକ୍ତି କରି ମୁରଲୀଧରଙ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ ।ପରେ ଲକ୍ଷ୍ମୀନାରାୟଣ ମୁରଲୀଧରଙ୍କୁ ଜମି ରେଜିଷ୍ଟ୍ରେସନ କରିବାକୁ କହିଥିଲେ । ହେଲେ ମୁରଲୀଧର ବିଭିନ୍ନ ସମୟରେ ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଥିଲେ । ଏପରିକି ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଲକ୍ଷ୍ମୀନାରାୟଣ ବାଲୁଗାଁ ମୁରଲୀଧରଙ୍କ ଗ୍ରାମକୁ ଯାଇଥିଲେ । ସେଠାରେ ପରିବାର ଲୋକେ ନାନା ଧମକ ଚମକ ଦେଇ ଗାଁରୁ ତଡ଼ିଦେଲେ । ଅନ୍ୟ ଉପାୟ ନପାଇ ଲକ୍ଷ୍ମୀନାରାୟଣ ଭେଜିପୁଟ ଫାଣ୍ଡିରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଖଲ୍ଲିକୋଟ ଥାନାରେ କେସ୍ ନଂ-୩୪୪/୨୦୨୩ରେ ମାମଲା ରୁଜୁ କରି ତଦନ୍ତ କରୁଥିଲେ । ତେବେ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାର ତଦନ୍ତ କରି ଅଭିଯୋଗ ଦାଖଲର ୪ ଘଂଟା ମଧ୍ୟରେ ବାଲୁଗାଁ ଘୁମୁସର ପଦର ଗ୍ରାମକୁ ପୁଲିସ ଯାଇଥିଲେ । ସେଠାରେ ପରିବାର ଲୋକଙ୍କ ବିରୋଧ ସତ୍ୱେ କୌଶଳ କ୍ରମେ ମୁରଲୀଧର ତରେଇକୁ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଉଠାଇ ଆଣିଥିଲେ । ପରେ ମୁରଲୀଧର ତରେଇକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *