ଧନତ୍ରୀ ବାଲିଘାଟରେ ତହସିଲଦାରଙ୍କ ଚଢ଼ାଉ, ୨ ବାଲିଗାଡ଼ି ଜବତ

Spread the love

କୋରାଇ : ବ୍ୟାସନଗର ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଆଜି ମଧ୍ୟାନ୍ନରେ ଧନତ୍ରୀ ବାଲିଘାଟରେ ଅଚାନକ ଚଢାଉ କରିଥିଲେ । ଘାଟରେ ଲୋଡ ହୋଇଥିବା ୨୦ରୁ ଉର୍ଦ୍ଧ ଭାରୀଯାନ ଦେଖି ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପାଣିକୋଇଲି ଭାରାପ୍ରାପ୍ତ ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ସଦଳବଳେ ପହଂଚିଥିଲେ । ୨ଟି ବାଲିଗାଡି ଗୋଟିଏ ୧୦ଚକିଆ ଓ ଗୋଟିଏ ୬ ଚକିଆ ଗାଡିକୁ  ଜବତ କରି ପାଣିକୋଇଲି ପୁଲିସ ଜିମା ଦେଇଥିଲେ । ଜବତ ଗାଡି ଦୁଇଟି ଓଡି୦୯ ସି ୫୪୫୮ ଓ ଓଡି୦୧ଏଡି ୬୫୫୫ ଅଟେ । ହେଲେ କେଉଁ  କାରଣ ପାଇଁ ଚଢାଉ କରିଥିଲେ । ୨୦ରୁ ଉର୍ଦ୍ଧ ଗାଡିକୁ ଛାଡି କାହିଁକି ମାତ୍ର ଦୁଇଟି ଗାଡି ଜବତ କଲେ ତାର ଉତର କେବଳ ଅତିରିକ୍ତ ତହସିଲଦାର ଦେଇପାରିବେ । ଅତିରିକ୍ତ ତହସିଲଦାର ଘାଟ ଛାଡିବା ପରେ ବାଲି ଚାଲାଣ ପ୍ରକ୍ରିୟା ସ୍ୱଭାବିକ ହୋଇଥିଲା । ଏନେଇ ଶ୍ରୀ ମଲ୍ଲିକଙ୍କ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇନଥିଲେ । ପ୍ରକାଶ ଥାଉକି ଗତ ଜୁନ ୨୬ ତାରିଖ ନଦୀ ବନ୍ଧର ସୁରକ୍ଷା ଓ ଯାତାୟତର ଅସୁବିଧା ନେଇ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ପରେ ତହସିଲ ନିର୍ଦ୍ଦେଶରେ  ପାଣିକୋଇଲି ପୁଲିସ ଭାରୀଯାନ ଉପରେ ଅଙ୍କୁଶ ଲଗାଇବାକୁ ଯାଇ ଘାଟ ବନ୍ଦ କରିଥିଲା । କିନ୍ତୁ ପରବର୍ତୀ ଅବସ୍ଥାରେ ବନ୍ଦଥିବା ଘାଟ ଚାଲୁ ରହିଥିଲା । ବାରମ୍ବାର ପ୍ରଶାସନ ପକ୍ଷରୁ ବନ୍ଦ କରିବା ଓ ପୁଣି ଚାଲୁ କରିବା ପଛରେ କି ରହସ୍ୟ ରହିଛି ତାକୁ ସାଧାରଣରେ ବୁଝିବା କଷ୍ଟକର ବ୍ୟାପାର ହୋଇଛି । ତହସିଲ ପ୍ରଶାସନ ନିଜ ଇଚ୍ଛାରେ ବନ୍ଦ ଖୋଲା କରୁ ଛି ନା କାହା ଚାପରେ ଚାପି ହୋଇ ଏଭଳି କାର୍ଯ୍ୟ କରୁଛି ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *