ସ୍ୱାମୀର ଏସିଡ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

Spread the love

ବାଲେଶ୍ବର: ଏସିଡ୍ ଆଟାକରେ ପୁଣିଜଣେ ମହିଳାଙ୍କ ମୃତ୍ୟୁ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଭିମପୁର ଗ୍ରାମରେ । ସ୍ବାମୀଙ୍କ ଏସିଡ ମାଡରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ୬ ଦିନ ପରେ ମୃତ୍ୟୁ ଘଟିଛି ମହିଳାଙ୍କର। ତେବେ ଏସିଡ ମାଡ କରିଥିବା ସ୍ବାମୀ ଏବେ ଫେରାର ଅଛି। ପୁଲିସ ତାକୁ ଖୋଜୁଛି।

ମିଳିଥିବା ସୂଚନା ଅନୁସାରେ ଉଭୟ ବନିତା ଓ ଚନ୍ଦନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସେମାନେ ବିବାହ କରିଥିଲେ । କିଛିଦିନ ପରେ ବନିତା ଜାଣିବାକୁ ପାଇଥିଲେ ଯେ ତାଙ୍କ ସହ ଚନ୍ଦନ ଛଳନାକରି ଦ୍ୱିତୀୟ ବିବାହ କରିଛନ୍ତି । ପ୍ରଥମ ସ୍ତ୍ରୀ ଠାରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରିହିଅଛି । ସେଥିପାଇଁ ବନିତା ରାଗିଯାଇ ତାଙ୍କ ବାପାଘରକୁ ଚାଲିଯାଇଥିଲେ। ଘଟଣା ଦିନ ବନିତା ତାଙ୍କ ଭଉଣୀ ଘରକୁ ଯାଇଥିଲେ ହଠାତ ସେଠାରେ ଚନ୍ଦନ ପହଞ୍ଚି ବନିତାଙ୍କ ଉପରେ ଏସିଡ ଆକ୍ରମଣ କରିଥିଲେ । ଫଳରେ ବନିତାଙ୍କ ଶରୀରର 80 ପ୍ରତିଶତ ଜଳିଯାଇଥିଲା ।

ଏହି ଅତର୍କିତ ଆକ୍ରମଣରେ ବନତାଙ୍କ ବଡଭଉଣୀ ଓ ତାଙ୍କ ଦୁଇ ଶିଶୁ ମଧ୍ୟ ଆହାତ ହୋଇଥିଲେ । ଦୀର୍ଘ ଛଅଦିନ ହେବ ଏସ ସି ବି ମେଡିକାଲରେ ମୃତ୍ୟୁ ସହ ଲଢେଇ କରିବାପରେ ଆଜି ବନିତା ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି ।  ଅଭିଯୁକ୍ତ ଚନ୍ଦନ ଘଟଣା ଦିନଠାରୁ ଫେରାର ରହିଅଛି । ପୋଲିସ ସନ୍ଦେହରେ ଦୁଇଜଣକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *