ମହିଳା ସହାୟିକାଙ୍କୁ ଅଟକ ରଖିଥିଲେ ଘର ମାଲିକ, ଉଦ୍ଧାର ପାଇଁ ଯାଇଥିବା ପୋଲିସ୍ କୁ ଆକ୍ରମଣ, ମହିଳା ପୋଲିସ୍ ଆହତ

Spread the love

ଭୁବନେଶ୍ୱର : ଚୋରି ସନ୍ଦେହରେ ମହିଳା ସହାୟିକାଙ୍କୁ ମାଲିକ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ସହାୟିକାଙ୍କୁ ଉଦ୍ଧାର ପାଇଁ ଯାଇଥିବା ବେଳେ ପୋଲିସକୁ ସ୍କ୍ରୁ ଡ୍ରାଇଭରରେ ଘର ମାଲିକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମହିଳା ସବ୍ ଇନ୍ସପେକ୍ଟର ଆହତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଅପାର୍ଟମେଣ୍ଟରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଉକ୍ତ ଫ୍ଲାଟରେ ରହୁଥିବା ବିଶ୍ୱଦର୍ଶୀ ଦାସ ତାଙ୍କ ମହିଳା ସହାୟିକାଙ୍କୁ ଚୋରି ସନ୍ଦେହରେ ଦୀର୍ଘ ସମୟ ହେବ ବନ୍ଦୀ କରି ରଖିଥିଲେ । ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ପୋଲିସ୍ ଉଦ୍ଧାର ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଘର ମାଲିକ ବିଶ୍ୱଦର୍ଶୀ ପୋଲିସକୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘର ଖୋଲି ନଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ପୋଲିସ୍ ଗ୍ରିଲ କାଟିବା ସହ କବାଟ ଭାଙ୍ଗି ମହିଳା ସେବିକାଙ୍କୁ ଉଦ୍ଧାର କରିଥିଲା । ସେହି ସମୟରେ ପୋଲିସକୁ ଆକ୍ରମଣ କରିଥିଲେ ବିଶ୍ୱଦର୍ଶୀ । ଘଟଣା ସମ୍ପର୍କରେ ମହିଳା ସହାୟିକା ଥାନାରେ ଅଭିଯୋଗ କରିଛନ୍ତି । ଘର ମାଲିକଙ୍କ ବିରୋଧରେ ମହିଳାଙ୍କୁ ଅଟକ ରଖିବା ଓ କାର୍ଯ୍ୟରତ ମହିଳା ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦୁଇଟି ମାମଲା ରୁଜୁ କରିଛି ଚନ୍ଦ୍ରଶେଖପୁର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *