ସାମୂହିକ ହତ୍ୟା ମାମଲାରେ ୧୬ ଦୋଷୀଙ୍କୁ ଆଜୀବନ ଜେଲ

Spread the love

ଉତ୍ତରପ୍ରଦେଶର ମୁଜଫରନଗର କୋର୍ଟ ସୋମବାର ଏକ ସାମୂହିକ ହତ୍ୟା ମାମଲାରେ ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ ହଜାର ଲେଖା ଜରିମାନା କରିଛନ୍ତି। ୨୦୧୧ରେ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା। ୨୦୧୧ ଜୁଲାଇ ୧୧ ତାରିଖରେ ବଡକଲି ନିକଟରେ ଷଡଯନ୍ତ୍ର ଅନ୍ତର୍ଗତ ଟ୍ରକରେ କାରକୁ ଧକ୍କା ଦିଆଯାଇଥିଲା। ଏହି ଷଡଯନ୍ତ୍ରରେ ଆଖୁ ସମିତିର ପୂର୍ବ ଅଧ୍ୟକ୍ଷ ଉଦୟବୀର ସିଂହଙ୍କ ସହ ତାଙ୍କ ପରିବାରର ୮ ଜଣଙ୍କୁ ହତ୍ୟା କରାଯାଇଥିଲା।

୧୧ ବର୍ଷ ପରେ ସୋମବର କୋର୍ଟ ୧୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍କି ତ୍ୟାଗୀକୁ ୨୦୧୫ରେ କୋର୍ଟ ପରିସରରେ ଗୁଳିମାରି ହତ୍ୟା କରାଯାଇଥିଲା ଓ ଅନ୍ୟ ଦୁଇ ଜଣଙ୍କର ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଯାଇଛି, ଅନ୍ୟ ଜଣେ ନାବାଳିକ ଥିଲେ। ଏହି ମାମଲାରେ ୩୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା

Leave a Reply

Your email address will not be published. Required fields are marked *