ଲିକର ପାର୍ଟିରୁ ଲିଭ-ଇନ-ପାର୍ଟନରଙ୍କୁ ମର୍ଡର: ବଚସାରୁ ପଥରରେ ଛେଚିଦେଲେ

ଛାତ ଉପରେ ଚାଲିଥିଲା ଲିକର ପାର୍ଟି। କୌଣସି କଥାରୁ ବଚସା ଓ ହାତାହାତିରୁ ଲିଭ୍ ଇନ ପାର୍ଟନର ଶୁଭମ ତାମଟା ଓ ଲକ୍ଷ୍ମୀ ପୋଖରିୟାଙ୍କୁ ନିର୍ମମ ହତ୍ୟା କରିଛନ୍ତି ୪ ବନ୍ଧୁ।  ୨୫ କେଜି ପଥରରେ ଏମାନଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି ଅଭିଯୁକ୍ତ। ୪ ଅଭିଯୁକ୍ତ ହେଲେ ୧୧ ବର୍ଷର ଗୌରବ ନେଗି, ୨୦ ବର୍ଷୀୟ ସୌରଭ ଭଟ୍ଟ, ଦୀପୁ ଶର୍ମା ଓ ୨୫ ବର୍ଷୀୟ ଦୀପେଶ ଲାଟଓ୍ୱାଲ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଝିଅର ଫୋନକୁ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ। ହେଲେ ଏହି ଭଙ୍ଗା ଫୋନ ହିଁ ପୁରା ମାମଲା ଉପରୁ ପରଦା ହଟାଇବା ସହ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସକୁ ସହଯୋଗ କରିଥିଲା। ଉତ୍ତରାଖଣ୍ଡର ହଲଦଓ୍ୱାନିରେ ଲିଭ-ଇନ-ପାର୍ଟନର ମର୍ଡର ଘଟଣା ସବୁଠି ହଇଚଇ ଖେଳାଇଦେଇଛି। ମାମୁଲି ବିବାଦରୁ ନିଶାଗ୍ରସ୍ତ ଥିବାରୁ ପରସ୍ପର ଭିତରେ ଝଗଡ଼ା ବଢିଥିଲା। ରାଗରେ ଅନ୍ଧ ହୋଇ ଅଭିଯୁକ୍ତମାନେ କଂକ୍ରିଟ ବ୍ଲକରେ ଆଗ ଶୁଭମଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଆଉ ପ୍ରତ୍ୟକ୍ଷ ସାକ୍ଷୀ ସାଜିଥିବା ଲକ୍ଷ୍ମୀଙ୍କୁ ବି ନିର୍ମମ ହତ୍ୟା କରିଦେଲେ। ଶୁଭମ ଓ ଲକ୍ଷ୍ମୀ ଲିଭ ଇନ ରିଲେସନରେ ରହୁଥିଲେ। ଗଲ୍ଲା ମଣ୍ଡିସ୍ଥିତ ଗୋଦାମ ଛାତ ଉପରେ ବୁଧବାର ରାତିରେ ପାର୍ଟି ରଖିଥିଲେ। ଏହି ୪ ଜଣ ସାଙ୍ଗଙ୍କୁ ପାର୍ଟିକୁ ଡାକିଥିଲେ। ଖାଇବା ପିଇବା ବେଳେ କୌଣସି କଥାକୁ ନେଇ ବିବାଦରୁ ମାଡ଼ପିଟ୍ ହୋଇଥିଲା। ଏହା ପରେ ସମସ୍ତେ ଛାତ ତଳକୁ ଆସିଥିଲେ। ସେଠାରେ ବି ଝଗଡ଼ା ବନ୍ଦ ହୋଇନଥିଲା।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *