କୋଲହାପୁରରେ ଲିଭ୍-ଇନ୍ ସମ୍ପର୍କର କରୁଣ ପରିଣତି ଦେଖିବାକୁ ମିଳିଛି। ବିବାହ ନେଇ ବିବାଦ ପରେ ଯୁବତୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ଆତ୍ମହତ୍ୟା କରିଦେଇଛି। ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ୨୩ ବର୍ଷୀୟ ସମୀକ୍ଷା ନର୍ସିଂହେ ଏବଂ ତାଙ୍କ ପ୍ରେମୀ ୩୧ ବର୍ଷୀୟ ସତୀଶ ମାରୁତି ଯାଦବ ଗଲା ଚାରି ମାସ ହେଲା ଲିଭ-ଇନ-ରିଲେସନରେ ରହୁଥିଲେ। ସର୍ନୋବତୱାଡିର ଏକ ଫ୍ଲାଟ୍ରେ ଭଡ଼ାରେ ରହୁଥିଲେ। ମଙ୍ଗଳବାର ଦିନ ଦୁହିଁଙ୍କ ମଧ୍ୟରେ ବିବାହ ନେଇ ବିବାଦ ତୀବ୍ର ରୂପ ଧାରଣ କରିଥିଲା। ବୟଫ୍ରେଣ୍ଡ ସତୀଶକୁ ବିବାହ କରିବାକୁ ବାଧ୍ୟ କରିଥିଲା ସମୀକ୍ଷା। ଏଥିରେ ରାଗି ଯାଇ ହିତାହିତ ଜ୍ଞାନ ଭୁଲି ସତୀଷ ତାଙ୍କୁ ଛୁରୀ ମାରି ହତ୍ୟା କରିଥିଲା। ହତ୍ୟା କରିବା ପରେ ଫ୍ଲାଟ୍ର ଦ୍ୱାରକୁ ତାଲା ଲଗାଇ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଘଟଣା ପରେ ଦୁଇ ଦିନ ଧରି ତାଙ୍କୁ ଖୋଜାଯାଉଥିବା ବେଳେ ଗୁରୁବାର ସକାଳେ ଶାହୁୱାଦି ଥାନା ଅଞ୍ଚଳର ଏକ ଜଙ୍ଗଲ ଅଞ୍ଚଳରେ ତାହାର ମୃତ ଶରୀର ମିଳିଥିଲା। ଗଛରେ ଫାଶୀ ଦେଇ ଜୀବନ ହାରିଦେଇଥିଲା ସତୀଶ। ଏହି ଘଟଣା ସମାଜରେ ଲିଭ୍-ଇନ୍ ସମ୍ପର୍କ ନେଇ ନୂଆ ଚର୍ଚ୍ଚାରେ ଖୋରାକ ଯୋଗାଇଛି। ସମ୍ପର୍କ ମଧ୍ୟରେ ବିଶ୍ୱାସ, ସମ୍ମାନ ଓ ସାର୍ଥକ ଯୋଗାଯୋଗର ଆବଶ୍ୟକତା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now