ପୋଡ଼ଶୀ ସାଜିଲା ଡ଼କାୟତ । ଟଙ୍କା ଲୋଭରେ ନିଜ ସାଙ୍ଗ ସହ ମିଶି ଛୁରୀ ମୁନରେ ଭୟଭୀତ କରି ପୋଡ଼ଶୀଙ୍କ ଘରେ କରିଥିଲା ଡକାୟତ। ଏହି ଡକାୟତିରେ ସାମିଲ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ବେଳେ ସମ୍ପୁର୍ଣ୍ଣ ଘଟଣାର ପର୍ଦାଫାସ କରିଛି ପୋଲିସ। ଗତ ୧୩ ତାରିଖ ସନ୍ଧ୍ୟା ସମୟ ରେ ନବରଙ୍ଗପୁର ସହର ଦାରୁବନ୍ଧ ସାହି ସରୋଜ କୁମାର ମହାନ୍ତିଙ୍କ ଘରେ କେହି ନ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ହାତ ଗୋଡ଼ ବାନ୍ଧି ଲୁଟ କରିଥିଲେ ଦୁଇଜଣ ଡ଼କାୟତ। ଏନେଇ ପୋଲିସ ଏସ୍ପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଡକାୟତିର ଶିକାର ହୋଇଥିବା ସରୋଜ କୁମାର ବେହେରାଙ୍କ ଘର ନିକଟ ପଡୋଶୀ ଘରେ ରହୁଥିବା ଲୋକ ହିଁ ସାଜିଥିଲା ଡକାୟତ ।
ଏସ୍ପିଙ୍କ ସୂଚନା ଅନୁସାରେ ଘଟଣାରେ ୧୪ ଲକ୍ଷ ଟଙ୍କା, ୩୦ ଗ୍ରାମ ସୁନା ଚୋରି ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୧ ଲକ୍ଷ ୨୩ ହଜାର ଟଙ୍କା ଉଦ୍ଧାର ହୋଇଥିବା ସହ ସୁନା ଚେନ, ମୁଦି, ମୋବାଇଲ, ମୋଟର ସାଇକେଲ ଓ ଗୋଟିଏ ଛୁରୀ ଜବତ କରିଛି ପୋଲିସ । ଗିରଫ ଦୁଇ ଚୋର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ଚିନ୍ମୟ କୁମାର ସାହୁ ଓ ଅନ୍ୟ ଅଭିଯୁକ୍ତ ଜଣକ ନବରଙ୍ଗପୁର ର ଶ୍ରୀମନ କୁମାର ଘଡେଇ । ଶନିବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now