ଖୋର୍ଦ୍ଧା ତାପଙ୍ଗ ଖଣିରୁ ଦୀର୍ଘ ୮ ମାସ ପରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁକୁ ଗିରଫ କରିଛି ପୁଲିସ। ଭରତପୁର ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରିଛି। ଦେବାଶୀଷ ଯୁବତୀଙ୍କୁ ମାରି ଖଣିରେ ଫଙ୍ଗିଦେଇଥିଲା। ଜାନୁଆରୀରୁ ଭରତପୁର ଅଞ୍ଚଳରୁ ଅଚାନକ ନିଖୋଜ ହୋଇଯାଇଥିଲେ ଯୁବତୀ। ଖୋର୍ଦ୍ଧା କଳିଙ୍ଗା ଖଣି ଅଞ୍ଚଳରୁ ଶୁକ୍ରବାର ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବତୀଙ୍କ ନାଁ ନିରୁପମା ପରିଡ଼ା ଓରଫ୍ ମିତା। ମର୍ଡର କରି ମିତାଙ୍କ ମୋବାଇଲ ପାଖରେ ରଖିଥିଲା ଅଭିଯୁକ୍ତ ଦେବାଶୀଷ। ପୁଲିସକୁ ବିଭ୍ରାନ୍ତି କରିବାକୁ ମଝିରେ ମଝିରେ ମୋବାଇଲ ଅନ୍ କରୁଥିଲା ଦେବାଶୀଷ। ଦେବାଶୀଷ ଓ ମିତାଙ୍କ ଭିତରେ ୩ ବର୍ଷ ଧରି ସମ୍ପର୍କ ଥିଲା। ଆଉ କାହାକୁ ମିତା ଭଲ ପାଉଥିବା ନେଇ ସନ୍ଦେହ କରୁଥିଲା ଦେବାଶୀଷ। ସେଥିଲାଗି ନିଜ ସାଙ୍ଗରେ ଫୁସୁଲାଇ ନେଇଥିଲା ତାପଙ୍ଗ ଖଣି ପାଖକୁ। ସେଠାରେ ରିଲ୍ସ କରିବାକୁ ଡାକି ନେଇଥିଲା। ସେହି ଦିନ ହିଁ ତାପଙ୍ଗ ଖଣି ପାଖରେ ଥିବା ବୁଦା ମୂଳରେ ମାରିଦେଇ ପିଙ୍ଗି ଦେଇଥିଲା। ଆଉ ଶବକୁ ପୋତି ତା ଉପରେ ଡାଳ ପକାଇ ତା ଉପରେ ଲୁଣ ପାଣି ପକାଇଥିଲା। ଖଣିରେ ଶହେରୁ ଦେଢଶହ ଫୁଟର ପାଣି ଥିଲା ସେତେବେଳେ। କିନ୍ତୁ ଶବକୁ ୫ରୁ ୧୦ଫୁଟ ଥିବା ପାଣି ଜାଗାରେ ପୋତିଦେଇଥିଲା ଦେବାଶୀଷ। ଯେମିତି ଶବ କେବେ ପଦାକୁ ଆସିବନି। ଅଭିଯୁକ୍ତ ଦେବାଶୀଷ ଇଲେକଟ୍ରିସିଆନ ଭାବେ କାମ କରୁଥିଲା। ପ୍ରେମସିଟରେ ସୂଚନା ଦେଇଛନ୍ତି ସିପି ଏସ.ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମୀନା। ମିତା ଭରତପୁର ଅଞ୍ଚଳରେ କେୟାରଟେକର ଭାବେ କାମ କରୁଥିଲେ। ଗଲା ଜାନୁଆରୀ ୨୪ରେ ଗାଁ ରଣପୁରକୁ ଯିବାକୁ ଫୋନ ଯୋଗେ ଘରକୁ ସୂଚନା ଦେଇଥିଲେ। କିନ୍ତୁ ତା ପରଠୁ ମିତାଙ୍କର କୌଣସି ପତ୍ତା ମିଳିଲାନି। ୨୭ରେ ପରିବାର ଲୋକେ ଭରତପୁର ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ପରିବାର ବର୍ଗ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ବି ଫେରାଦ୍ ହୋଇଥିଲେ। ମୃତ ଯୁବତୀର ବାପା ଓ ଭାଇ ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ଦେବାଶିଷର ହାତ ଥିବା ଅଭିଯୋଗ କରି ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ପୁଲିସର ଉଦାସୀନତା ଓ ଖୋର୍ଦ୍ଧା ବିଧାୟକଙ୍କୁ ଦାୟୀ କରିଛି କଂଗ୍ରେସ। ଖୋର୍ଦ୍ଧାରେ ଯେବେଠୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦାୟିତ୍ୱ ନେଲେଣି। ଗଲା ୧୫ ମାସ ଭିତରେ ୫ ଜଣଙ୍କୁ ହତ୍ୟା କରି ତାପଙ୍ଗ ଖଣିରେ ଆଣି ପକାଇଦେବାର ଘଟଣା ସାମ୍ନାକୁ ଆସିଲାଣି। ଚୋରା ବନ୍ଧୁକ କାରବାର, ଡ୍ରଗ୍ସର ଚେର ବି ଲମ୍ୱିଛି। ଜଗଦ୍ଦେବ ଓ କ୍ରାଇମ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି ଆରୋପ ଲଦିଛନ୍ତି ସୋନାଲି ସାହୁ। ଏସପିଙ୍କ ସହ କେବେ ଜଗଦ୍ଦେବ ଆଲୋଚନା କରିଛନ୍ତି କି। ପୁରୁଷ ବନ୍ଧୁ ସାଜିଲା ହତ୍ୟାକାରୀ। ଦୀର୍ଘ ୮ ମାସ ପରେ ଯୁବତୀଙ୍କ ଗଳିତ ମୃତଦେହ ଖଣି ବୁଦାମୂଳରୁ ଶୁକ୍ରବାର ଠାବ କରିଥିଲା ପୁଲିସ। ଆଉ କାହା ପ୍ରେମରେ ପ୍ରେମିକା ପଡ଼ିଥିବା ସନ୍ଦେହରୁ ଜହ୍ଲାଦ ସାଜିଲା ପ୍ରେମିକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now