ପ୍ରେମିକ ନା ପିସାଚ?

Spread the love

ନୂଆଦିଲ୍ଲୀ: ବର୍ବରତାର ସବୁ ସୀମା ଟପିଲା ପ୍ରେମିକ। ପ୍ରେମିକାକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି- ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଯେପରି କେହି ତାକୁ ସନ୍ଦେହ କରିବେ ନାହିଁ। ତେବେ ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ମୁମ୍ୱାଇରେ ପ୍ରେମ କରି ଦିଲ୍ଲୀରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ମୃତଦେହକୁ ୩୫ ଖଣ୍ଡ କରି କାଟିଥିଲା। ଦୀର୍ଘ ୫ ମାସ ପରେ ଖୋଲିଛି ନୃଶଂସ ପ୍ରେମିକର ଅସଲ ମୁଖା, ମୃତ୍ୟୁ ରହସ୍ୟରୁ ହଟିଛି ପରଦା। ଦିଲ୍ଲୀ ପୋଲିସ ୫ ମାସ ତଳେ ଅର୍ଥାତ୍ ୨୦୨୨ ମେ ମାସରେ ଘଟିଥିବା ଜଘନ୍ୟା ହତ୍ୟାକାଣ୍ଡର ଗୁମର ଖୋଲିଛି।

ପୋଲିସର କହିବା ଅନୁସାରେ, ମୁମ୍ୱାଇର ଏକ କଲ ସେଣ୍ଟରରେ କାମ କରୁଥିଲା ଅଫତାବ ଅମୀନ ପୁନାୱାଲା। ସେଠାରେ ମହିଳା ସହକର୍ମୀ ୨୬ ବର୍ଷୀୟ ଶ୍ରଦ୍ଧା ୱାକରଙ୍କ ସହ ତାର ଦେଖାସାକ୍ଷାତ ହୋଇଥିଲା। ପ୍ରଥମେ ଡେଟିଂ ଓ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଦୁହେଁ ଏକାଠି ଲିଭ୍-ଇନ୍-ରିଲେସନରେ ଥିଲେ। ଶ୍ରଦ୍ଧାଙ୍କ ବାପା ମହାରାଷ୍ଟ୍ର ପାଲଘରଠାରେ ପରିବାର ସହ ରହୁଥିଲେ। ଦୁହେଁ ରିଲେସନରେ ଥିବା ଘର ଲୋକ ଜାଣିବା ପରେ ଝିଅକୁ ବିରୋଧ କରିଥିଲେ। ଫଳରେ ଦୁହେଁ ମୁମ୍ୱାଇ ଛାଡି ଦିଲ୍ଳୀ ଚାଲିଯାଇଥିଲେ। ସେଠାରେ ଏକ ଫ୍ଳାଟରେ ରହୁଥିଲେ। ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲେ ଶ୍ରଦ୍ଧା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରେ ଲାଗିଥିଲା। ଏଥିରେ ଅତିଷ୍ଠ ହୋଇ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାକୁ ହତ୍ୟା କରିଥିଲା ଅଫତାବ୍। ଏହାପରେ ମୃତଦେହକୁ ୩୫ ଖଣ୍ଡ କରି କାଟିବା ପରେ ସେସବୁକୁ ପଲିଥିନରେ ପୁରାଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଅଫତାବ ପ୍ରେମିକା ଶରୀରର ଅଙ୍ଗଗୁଡିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ।

ହତ୍ୟା ଘଟଣାର କିଛି ଦିନ ପରେ ଶ୍ରଦ୍ଧାଙ୍କ ଯୋଗାଯୋଗ ନ ହେବାରୁ ନଭେମ୍ୱର ୮ ତାରିଖରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର। ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା। ସେ ତୁରନ୍ତ ଯାଇ ପୋଲିସରେ ଅପହରଣ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଆରମ୍ଭ କରିଥିଲା ଛାନଭିନ୍। ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଅଫତାବକୁ ଖୋଜି ବାହାର କରିଥିଲା। ନଭେମ୍ୱର ୧୧ରେ ଦିଲ୍ଳୀ ପୋଲିସ ଅଭିଯୁକ୍ତ ଅଫତାବକୁ ଗିରଫ କରିଥିଲା। ଆଉ ସବୁ ସତ କଥା ମାନିଯାଇଥିଲା ଅଫତାବ।

Leave a Reply

Your email address will not be published. Required fields are marked *