LUMEX RESOURCES PVT.LTD FRAUD (ଲୁମେକ୍ସ ଓ ରାଜୀବ ଉଭୟ ଫ୍ରଡ୍)

Spread the love

14/04/23

() ସବୁ ତ ପ୍ରମାଣ ଅଛି। ତା ହେଲେ କେଉଁଠି ରହୁଛି କେଁ। ଲୁମେକ୍ସ ମହାଠକେଇ ମାମଲାରେ ଅଭିଯୁକ୍ତ ରାଜୀବ ଓ ସେମାନଙ୍କ ସହଯୋଗୀଙ୍କ ପାଖରେ ପହଞ୍ଚିବାକୁ ତା ହେଲେ ଆଉ କେଉଁ ଆଧାର ଖୋଜୁଛି ତଦନ୍ତକାରୀ ସଂସ୍ଥା। ଚାପରେ ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ନାହାନ୍ତି ତ। ଅନ୍ତତଃ ରାଜୀବଙ୍କର କାରସାଦିର କାରନାମାକୁ ନେଇ ଯେତିକି ପ୍ରମାଣ ଖୋଲା ବହି ଭଳି ଅଛି। ସେହି ତୁଳନାରେ ଇଓଡବ୍ଲୁ ବେଶ୍ ଆଗକୁ ମାଡ଼ିଯିବା କଥା। ହେଲେ ସେମିତି କିଛି ଘଟୁନଥିବା ଭଳି ହୃଦବୋଧ ହେଲାଣି।

ଜିଓକେମ୍, ଜିନ୍ଦଲ, ଆଦିତ୍ୟ ବିର୍ଲା ଭଳି ନାମୀଦାମୀ ସଂସ୍ଥା ସହ ବ୍ୟବସାୟିକ କାରବାର ଚାଲୁଥିଲା କି ଲୁମେକ୍ସର। ଏହାର ଉତ୍ତର କେବେଠୁ ମିଳିସାରିଲାଣି। ଏ ସବୁ ସଂସ୍ଥା ସ୍ପଷ୍ଟ କରିସାରିଲେଣି, କୌଣସି ବ୍ୟବସାୟିକ କାରବାର ତ ଦୂରର କଥା। ସେମାନେ ନା ଜାଣିଛନ୍ତି ଲୁମେକ୍ସ କୁ ନା ଜାଣିଛନ୍ତି ଲୁମେକ୍ସର ଏମ୍‌ଡି ରାଜୀବ ଓ ଅନ୍ୟ ୪ ନିର୍ଦେଶକଙ୍କୁ। ଲୁମେକ୍ସ ରାଜୀବ ଉଭୟ ଫ୍ରଡ୍ କଥା ଆଉ କେହି ନୁହେଁ ଏହାର ଖୋଳତାଡ଼ କରି ପ୍ରମାଣ ବାହାର କରିଥିଲେ ନିଜେ ଠକାମୀର ଶୀକାର ହୋଇଥିବା ନିଶାରାଣୀ ମହାପାତ୍ର  ଇମେଲ୍ ଯୋଗେ ନିରନ୍ତର ଯୋଗାଯୋଗ କରି ଲୁମେକ୍ସ ସଂସ୍ଥାର ଜାଲିଆତିକୁ ଧରିବାରେ ସକ୍ଷମ ହୋଇଥିଲେ। କୋଟି କୋଟି ଟଙ୍କାର ଠକେଇର ଶୀକାର ହୋଇ ବି ନିଶାରାଣୀଙ୍କ ଧୈର୍ଯ୍ୟ ଓ ସାହସ ମାନିବାକୁ ପଡ଼ିବ। ସତ ପଦାକୁ ଆଣିବାକୁ କୌଣସି କସରତ ଛାଡ଼ିନଥିଲେ କି ନ୍ୟାୟ ପାଇବାକୁ କୌଣସି ଫୋରମକୁ ବାଦ୍ ଦେଇନାହାନ୍ତି ଏ ଯାଏ। ତା ହେଲେ କମିଶନରେଟ ପୁଲିସ କଅଣ କରୁଥିଲା ୧୭ ମାସ ଧରି ଲୁମେକ୍ସ ନାଁରେ ଜାଲିଆତିର ସାମ୍ରାଜ୍ୟ ବିଛାଇଥିବା ରାଜୀବ, ସୋନିଆ ଓ ସେମାନଙ୍କ ଘନିଷ୍ଠ ସହଯୋଗୀଙ୍କ ଚକ୍ରାନ୍ତରେ ଫସି ବି ସେମାନଙ୍କ ଜାଲିଆତିର ଗୁମର ଫିଟାଇପାରିଲେ ନିଶାରାଣୀ ଯେଉଁ କଥା ପୁଲିସ ତଦନ୍ତ କରି ବାହାର କରିବାର ଥିଲା ସେ ସବୁ କାମ ନିଶାରାଣୀ ସାରିଦେଇଥିଲେ କହିବାର ଅର୍ଥ ପୁଲିସକୁ ତଦନ୍ତରେ କେବଳ ସହଯୋଗ କରିନଥିଲେ। ବରଂ ଅଧିକାଂଶ ଠୋସ୍ ପ୍ରମାଣ ନିଜେ ବାହାର କରି ପୁଲିସର ତଦନ୍ତକୁ ଆହୁରି ସହଜ କରିଦେଇଥିଲେ କହିଲେ ଭୁଲ୍ ହେବନି। ଆଉ ଡିସିପି କହିଥିଲେ ଯେ, ବହୁ ସିନିୟର ଅଫିସରଙ୍କୁ ନିୟୋଜିତ କରାଯାଇଛି ଏତେ ବଡ଼ଧରଣର ଆର୍ଥିକ ଅନିୟମିତତା ମାମଲାରେ ତଦନ୍ତରେ ସମୟ ଲାଗୁଛି। ଯଦି ଡିସିପିଙ୍କ କଥା ସତ ବୋଲି ଧରାଯିବ, ତା ହେଲେ ନିଶାରାଣୀ ଡିସିପିଙ୍କ ପାଖରେ ଦାଖଲ କରିଥିବା ତଥ୍ୟ ପ୍ରମାଣ କଅଣ ପର୍ଯ୍ୟାପ୍ତ ନ ଥିଲା କି। ଧର ଏହା ବି ପର୍ଯ୍ୟାପ୍ତ ନଥିଲା। କିନ୍ତୁ ରାଜୀବ ତାଙ୍କ ସହଯୋଗୀଙ୍କ ମିଛ ବ୍ୟବସାୟିକ କାରବାରକୁ ନେଇ କେତେଥର ତଥାକଥିତ ସିନିୟର ଅଫିସର ଘାଣ୍ଟିଛନ୍ତି ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ଭଲ ଭୁଲ୍ ବିବେଚନା କରିବାକୁ କଅଣ କମିଶନରେଟ ପୁଲିସକୁ ସମୟ ଲାଗୁଥିଲା। ନା ସମୟ ଗଡ଼ାଇବାର ବାହାନା ଖୋଜୁଥିଲା ପୁଲିସ ବୋଲି ସବୁଠି ଚର୍ଚ୍ଚା। ସେଥିଲାଗି ତ ତଦନ୍ତରେ ବିଳମ୍ୱ ଓ ନ୍ୟାୟ ମିଳିବାର ସବୁ ଆଶା ଛାଡ଼ିଦେଇ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଏହା ପଛର ବିସ୍ଫୋରକ କାରଣ ଦର୍ଶାଇଥିଲେ ନିଶାରାଣୀ କୁଆଡ଼େ ରାଜୀବ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ ତଦନ୍ତ ଆଗଉନି ବୋଲି ଫେରାଦ୍ ହୋଇଥିଲେ ନିଶାରାଣୀ। ଅବଶ୍ୟ ଏବେ ଏହି ମାମଲାର ତଦନ୍ତ ଇଓଡବ୍ଲୁ ହାତକୁ ଯାଇସାରିଛି। ଦକ୍ଷ ଅଫିସର ଅରୁଣ ବୋଥ୍ରା ଯେହେତୁ କହିଥିଲେ, ସେ ନିଜେ ଅନୁଧ୍ୟାନ କରିବେ। ହେଲେ ତଦନ୍ତକୁ ନେଇ ଇଓଡବ୍ଲୁ ଟ୍ରାକ୍ ରେକର୍ଡ ଯେମିତି ଭଲ ରହିଛି ଆଉ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବି ମାନୁଛନ୍ତି, ଇଓଡବ୍ଲୁର ଦକ୍ଷତାକୁ ନେଇ ଆଜିଯାଏ ସନ୍ଦେହ କି ପ୍ରଶ୍ନ ଉଠିନି। କିନ୍ତୁ କ୍ଷେତ୍ରରେ କାଇଁ ସେମିତିଆ ଆଖିଦୃଶିଆ ପଦକ୍ଷେପ ସାମ୍ନାକୁ ଆସିପାରିଲାନି ବୋଥ୍ରା ଓ ତାଙ୍କ ଟିମ୍ ଉପରେ ସେମିତି କାହାର ଚାପ ନାହିଁ ତ। ଇଓଡବ୍ଲୁ ଆଗକୁ ବଢ଼ିବାକୁ ଚାହୁଁଥିଲେ ବି। ଅଭିଯୁକ୍ତଙ୍କୁ ଠାବ କରିବାକୁ ଉଦ୍ୟମ କରୁଥିଲେ ବି। ସବୁ ଉଦ୍ୟମରେ ପାଣି ପକାଇଦେବାକୁ କୌଣସି ଅଦୃଶ୍ୟ ଶକ୍ତିର ଚାପ ପଡ଼ୁଛି କି ଏମିତି ପ୍ରଶ୍ନରେ ବି ପେଶି ହୋଇଯିବାକୁ ଇଓଡବ୍ଲୁକୁ ଅଧିକ ଦିନ ଲାଗି ନପାରେ। ସେଥିଲାଗି ତ କେବଳ ଦକ୍ଷ ହେଲେ ହେବନି। ସ୍ୱଛତା, ନିରପେକ୍ଷ ଅବଲମ୍ୱନ ସହ ତ୍ୱରିତ ତଦନ୍ତ କରି ନିବେଶକଙ୍କୁ ନ୍ୟାୟ ଦେଇପାରିଲେ ହେଁ, ଇଓଡବ୍ଲୁ ପ୍ରତି ସାଧାରଣରେ ଆହୁରି ଆସ୍ଥା ବଢ଼ନ୍ତା ମୁଖ୍ୟମନ୍ତ୍ରୀଙ୍କ ଖାସ୍ ବିଶ୍ୱସ୍ତ ଓ ଦକ୍ଷ ଅଧିକାରୀ ଅରୁଣ ବୋଥ୍ରାଙ୍କ ପ୍ରତି ବି ପ୍ରଶ୍ନ କରିବାକୁ କେହି ସାହସ କୁଳାନ୍ତେନି ତା ନହେଲେ ସାଧାରଣରେ ଚର୍ଚ୍ଚା ହେଉଛି। ସବୁ ନିଶାରାଣୀ କରୁଛନ୍ତି ତା ହେଲେ ତଦନ୍ତକାରୀ ଏଜେନ୍ସି କଅଣ କରୁଛି ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଆଉ କେଉଁ ଆଧାର ଲୋଡ଼ୁଛି ଇଓଡବ୍ଲୁ ନା କାହାର ଅନୁମତିକୁ ଅପେକ୍ଷା କରୁଛି ଉପର ମହଲରୁ ବୋଲି ସନ୍ଦେହ ଦୃଢୀଭୂତ ହେବାକୁ ଅଧିକ ଦିନ ଲାଗି ନ ପାରେ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *