ଝୋଲାପଡା ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲିର ଝୋଲାପଡା ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଅଛି । ମାଓ କ୍ୟାମ୍ପରେ ବିପୁଳ ମାତ୍ରାରେ ସାମଗ୍ରି ଜବତ କରିଛନ୍ତି । ୨୭ ତାରିଖ ଦିନ ବୋଡେନ ବ୍ଲକର ପାଟଦରା ଜଙ୍ଗଲକୁ ମାଓବାଦୀ ମାନେ ବହୁ ସଂଖ୍ୟା ରେ ଆସିଥିବା ନୂଆପଡା ପୋଲିସକୁ ବିଶେଷ ସୁତ୍ରରୁ ଖବର ଆସିଥିଲା। ନୂଆପଡା ଏସପିଙ୍କ ନେତୃତ୍ୱରେ ସିଆରପିଏଫ, ଡିଭିଏଫ ଓ ଏସଓଜି ଜବାନ ମାନେ ମିଲିତ ଭାବରେ ବୋଡେନ ବ୍ଲକର ପାଟଦରା ଓ ସିନାପାଲିର ନଙ୍ଗଲବୋଡ ଜଙ୍ଗଲ ରେ କୁମ୍ବିଂ ଅପରେସନ କରିଥିଲେ । ଗତ ୨୯ ତାରିଖ ଦିନ ଜବାନ ମାନେ ସିନାପାଲିର ଝୋଲାପଡା ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ମାଓବାଦୀ ଜବାନ ମାନଙ୍କୁ ଦେଖି ଛତ୍ର ଭଙ୍ଗ ଦେଇ, ଫେରାର ହୋଇଯାଇଥିଲେ । ସେଠାରେ ଥିବା ମାଓ କେମ୍ପରୁ ୧ ହେଣ୍ଡ ଗ୍ରେନେଡ, ଗୋଟିଏ ରେଡିଓ, ୨ଟି ବେଟେରି, ମାଓ ପୋଷାକ, ଲିଟରେଚପ ବହି, ଔଷଧ ପତ୍ର ସହ ବହୁ ସାମଗ୍ରି  ଜବତ କରିଛନ୍ତି । କୁମ୍ବିଂ ଅପରେସନକୁ ଛତିସଗଡ ସିମାନ୍ତରେ ବ୍ୟାପକ କରିଥିବା ନୂଆପଡା ଏସପି ରଘବେନ୍ଦ୍ର ରେଡ୍ଡୀ ସାମ୍ବାଦିକ ସମ୍ମିଲନୀ ରେ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *