ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲିର ଝୋଲାପଡା ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଅଛି । ମାଓ କ୍ୟାମ୍ପରେ ବିପୁଳ ମାତ୍ରାରେ ସାମଗ୍ରି ଜବତ କରିଛନ୍ତି । ୨୭ ତାରିଖ ଦିନ ବୋଡେନ ବ୍ଲକର ପାଟଦରା ଜଙ୍ଗଲକୁ ମାଓବାଦୀ ମାନେ ବହୁ ସଂଖ୍ୟା ରେ ଆସିଥିବା ନୂଆପଡା ପୋଲିସକୁ ବିଶେଷ ସୁତ୍ରରୁ ଖବର ଆସିଥିଲା। ନୂଆପଡା ଏସପିଙ୍କ ନେତୃତ୍ୱରେ ସିଆରପିଏଫ, ଡିଭିଏଫ ଓ ଏସଓଜି ଜବାନ ମାନେ ମିଲିତ ଭାବରେ ବୋଡେନ ବ୍ଲକର ପାଟଦରା ଓ ସିନାପାଲିର ନଙ୍ଗଲବୋଡ ଜଙ୍ଗଲ ରେ କୁମ୍ବିଂ ଅପରେସନ କରିଥିଲେ । ଗତ ୨୯ ତାରିଖ ଦିନ ଜବାନ ମାନେ ସିନାପାଲିର ଝୋଲାପଡା ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ମାଓବାଦୀ ଜବାନ ମାନଙ୍କୁ ଦେଖି ଛତ୍ର ଭଙ୍ଗ ଦେଇ, ଫେରାର ହୋଇଯାଇଥିଲେ । ସେଠାରେ ଥିବା ମାଓ କେମ୍ପରୁ ୧ ହେଣ୍ଡ ଗ୍ରେନେଡ, ଗୋଟିଏ ରେଡିଓ, ୨ଟି ବେଟେରି, ମାଓ ପୋଷାକ, ଲିଟରେଚପ ବହି, ଔଷଧ ପତ୍ର ସହ ବହୁ ସାମଗ୍ରି ଜବତ କରିଛନ୍ତି । କୁମ୍ବିଂ ଅପରେସନକୁ ଛତିସଗଡ ସିମାନ୍ତରେ ବ୍ୟାପକ କରିଥିବା ନୂଆପଡା ଏସପି ରଘବେନ୍ଦ୍ର ରେଡ୍ଡୀ ସାମ୍ବାଦିକ ସମ୍ମିଲନୀ ରେ ସୁଚନା ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now