୧୦ କେଜି ଗଞ୍ଜେଇ ସହ ଗିରଫ ହେଲେ ନିକୋଲାସ

ୱେଷ୍ଟଇଣ୍ଡିଜର ଖେଳାଳି ନିକୋଲାସ ବର୍ତ୍ତମାନ ୧୦ କେଜି ଗଞ୍ଜେଇ ସହ ଧରାପଡି ଗିରଫ ହୋଇଛନ୍ତି। ୱେଷ୍ଟଇଣ୍ଡିଜରେ ଜନ୍ମିତ ନିକୋଲାସ କିର୍ଟନ ବର୍ତ୍ତମାନ କାନାଡା କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। କିର୍ଟନ ପ୍ରାୟ ୨୦ ପାଉଣ୍ଡ ବା ୯.୬ କିଗ୍ରା ଗଞ୍ଜେଇ ନେଇ ଯାତ୍ରା କରୁଥିବା ବେଳେ ବାର୍ବାଡୋସର ଗ୍ରାଣ୍ଟଲି ଆଡାମ୍ସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଗିରଫ କରାଯାଇଥିଲା। ଇଣ୍ତିଆନ ପ୍ରିମିୟର ଲିଗ ଫୁଲ ଦମରେ ଆଗେଇ ଚାଲି ଥିବା ବେଳେ ବ୍ୟାଟର ନିକୋଲାସ ପୁରନ ଏହି ଲିଗରେ ଚମତ୍କାର ବ୍ୟାଟିଂ କରୁଛନ୍ତି। ପୁରନ ପ୍ରଥମ ବ୍ୟାଟର ଭାବରେ ଚଳିତ ସଂସ୍କରଣରେ ୨୦୦ ରନ ଅତିକ୍ରମ କରିଛନ୍ତି। କାନାଡିଆନ କ୍ରିକେଟ ବୋର୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ, ନିକୋଲାସ କିର୍ଟନଙ୍କ ବିରୋଧରେ ଅଭିଯୋଗ ଏବଂ ତାଙ୍କ ଗିରଫଦାରୀ ବିଷୟରେ କାନାଡିଆନ କ୍ରିକେଟ ବୋର୍ଡକୁ ଅବଗତ କରାଯାଇଛି। ନିକୋଲାସ କିର୍ଟନଙ୍କୁ ୯ କିଲୋଗ୍ରାମ ଡ୍ରଗ୍ସ ସହିତ ଧରାଯାଇଛି। ସେଠାକାର ଆଇନ ଅନୁଯାୟୀ, ଡ୍ରଗ୍ସ ସହିତ ଯାତ୍ରା କରିବା ଅପରାଧ ନୁହେଁ ଏବଂ ଜଣେ ବ୍ୟକ୍ତି ପ୍ରାୟ ୫୭ ଗ୍ରାମ ଡ୍ରଗ୍ସ ସାଙ୍ଗରେ ନେଇପାରିବେ। କିନ୍ତୁ ନିକୋଲାସ ନିର୍ଦ୍ଧାରିତ ସୀମାଠାରୁ ୧୬୦ ଗୁଣ ଅଧିକ ଡ୍ରଗ୍ସ ସହିତ ଧରାପଡ଼ିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *