କାର ସହ ଗଞ୍ଜେଇ ଜବତ, ଚାଲାଣ କାରୀ ଚମ୍ପଟ

Spread the love

ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରିଛି । ଅବକାରି ବିଭାଗକୁ ଦେଖି ଚାଲାଣ କାରି ମାନେ ଚମ୍ପଟ ମାରିଛନ୍ତି । ଅବକାରି ବିଭାଗ ସୁଚନା ଅନୁଯାଇ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରି ବିଭାଗ ଜୟପୁର ସଦର ଥାନା ଅନ୍ତର୍ଗତ ପୁଜାରିପୁଟ ଛକରେ ଅପେକ୍ଷା କରିଥିଲା । କାର ଟି ଆସୁଥିବା ବେଳେ ଅବକାରି ବିଭାଗକୁ ଦେଖି ଚାଲାଣ କାରି କାର କୁ ଛାଡି ଚମ୍ପଟ ମାରିଥିଲା । ଅବକାରି ବିଭାଗ ଯାଞ୍ଚ କରିବାକୁ ୧୦୪ କେଜି ଗଞ୍ଜେଇ ଓ ସିପ୍ଟ ଡିଜାଇନର କାରକୁ ଜବତ କରିଛି । ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଛି । ଏହି ଚଢାଉରେ ଅବକାରି ନିରିକ୍ଷକ ଦୁବାଦଳ ବିଶ୍ୱାଳ, ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି, ଏଏସଆଇ ପ୍ରଦିପ କୁମାର ଦଳେଇ, ଲକ୍ଷମଣ ରାଓ ପ୍ରମୁଖ ଚଢାଉ କରିଥିଲେ ।

Leave a Reply

Your email address will not be published. Required fields are marked *