କୋରେଇ : ମୌସୁମୀ ବର୍ଷାର ଅନିୟମିତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି । ଯେଉଁ ପରିମାଣରେ ବର୍ଷା ହେବା କଥା ତାହା ନହୋଇ ନିଅଣ୍ଟିଆ ବର୍ଷା ହୋଇଛି । ଫଳରେ ବିଳମ୍ବିତ ସମୟରେ ଚାଷ ଆରମ୍ଭ ହୋଇଛି । ଯେଉଁମାନେ ମୌସୁମୀ ବର୍ଷାକୁ ଅପେକ୍ଷା ନକରି ପାଣିମଡାଇ ଧାନ ତଳି ପକାଇଥିଲେ ସେମାନେ ତଳି ରୁଆ କାମ ଆରମ୍ଭ କରିଛନ୍ତି । ଲଘୁଚାପ ବର୍ଷା ହେବା ଫଳରେ ସେମାନେ କାଦୁଅ କରି ବିଲ କାର୍ଯ୍ୟ ଆରମ୍ଭ ହୋଇଛି । ଅତ୍ୟାବଧିକୌଣସି ଦିନ ଲଗାଣ ବର୍ଷା ହୋଇନି । ତଥାପି ଲଘୁଚାପ ବର୍ଷା ବା ଅସରାଏ ବର୍ଷା ଚାଷ ଜମିରେ ଜମୁଥିବା ପାଣିକୁ ଚାଷି ହାତଛଡା କରିନି । ଯେଉଁଠି ପାଣି ରହୁଛି ସେଠାରେ କାର୍ଯ୍ୟ ଆରମ୍ଭ କରାଯାଉଛି । ସବୁ ବିଲ ପାଣିହେବ କାମ ହେବ ତାକୁ ଆଉ ଚାଷୀ ନଜର ଦେଉନି ଫଳରେ ମନ୍ଥର ଗତିରେ କାର୍ଯ୍ୟ ଚାଲୁ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now