ପ୍ରେସ ଲେଖା ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ , ପାଡୁଆ ପୋଲିସ ଦ୍ୱାରା ୧୫୧କେଜି ଗଞ୍ଜେଇ ସହ ୨ ଗିରଫ

Spread the love

ପାଡୁଆ ପୋଲିସକୁ ମିଳିଛି ବଡ ସଫଳତା  ଜୟପୁର ବିଶାଖାପାଟଣା ସଂଯୋଗ କରୁଥିବା ରାଜ୍ୟ ରାଜପଥର ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ XUV  500 ଗାଡି ଭିତରୁ ୭ ଗୋଟି ଜରି ବସ୍ତାରୁ  ୧୫୧ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ ।  ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଗୁଇନ୍ଦା ସୂଚନା ଆଧାରରେ ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥିଙ୍କ ନେତୃତ୍ଵାଧୀନ ପୋଲିସ ବଡ ଦେବତା ମନ୍ଦିର ନିକଟ ଛକରେ ଗାଡିମୋଟର ଯାଞ୍ଚ କରିଥିଲେ । ଠିକ ସେହି ସମୟରେ  କୁଲାରସିଂ ରାସ୍ତା ଦେଇ XUV 500 ଗାଡ଼ି ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ଯାଞ୍ଚ କରିଥିଲେ ।  ଅନ୍ଧାରର ସୁଯୋଗ ନେଇ କିଛି ମାଫିଆ ଫେରାର ହୋଇଥିବା ବେଳେ  XUV 500 ଗାଡିରେ ଥିବା ଦୁଇ ଜଣଙ୍କୁ ପୁଲିସ  ଧରିବାରେ ସଫଳ ହୋଇଥିଲା । ଗାଡ଼ି କୁ ଯାଞ୍ଚ କରି ୭ଟି ବସ୍ତାରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ  ୧୫୧ କିଲୋ ଗଞ୍ଜେଇ ଓଜନ କରାଯାଇଛି । ତା ସହ ଏକ ପ୍ରେସ ଲେଖା ଦାମୀ ଗାଡିକୁ  ଗାଡିକୁ ଜବତ କରିବା ସହ ଦୁଇ ଜଣ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ମହାରାଷ୍ଟ୍ର ଅଞ୍ଚଳର ମିଲିନ୍ଦ୍ ଚିକତେ ଓ ଶୁଭମ୍ ସଞ୍ଜୟ ସିନ୍ଧେ ବୋଲି ଜଣାପଡିଛି । ତେବେ ଗଞ୍ଜେଇ ମାଫିଆ ମାନେ ଦାମୀ ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ କରାଯାଉଥିବା ନେଉ ପୁଲିସ ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର ଏସ୍ଡିପିଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *