ମାର୍ଶାଘାଇର ବହୁ ଚର୍ଚ୍ଚିତ ବିଭୁ ହତ୍ୟାକାରୀ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ ଭଗବାନପୁର ଗ୍ରାମର ବିବହୁ ସାହୁ ଅପହରଣ ଓ ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମାର୍ଶାଘାଇ ଥାନା କେସ ନଂ ୩୩୬/୨୩ରେ ଧାରା ୧୨୦ବି/ ୩୦୨/ ୩୦୧ ଆଇପିସି ସେକସନ ୨୫/୨୭ ରେ ପୁରୀ ଗୋପ ଥାନା ଅଞ୍ଚଳର ବନଗାଁର ମାଷ୍ଟର ଓରଫ ଅମିତ ପ୍ରଧାନ(୩୬), ମାର୍ଶାଘାଇ ଥାନା ଅଧିନ ବଡକୁଳ ଗାଁର ରାଜା ଓରଫ ରାଜ କିଶୋର ଲେଙ୍କା (୨୪), ପାଟକୁରା ଥାନା ଅଧିନ ତାଳସଙ୍ଗା ଗାଁର ବୁବୁ ଓରଫ ଶୁଭକାନ୍ତ ବେହେରା(୩୧) ଓ କାନ୍ତ ଓରଫ କମଳାକାନ୍ତ ବେହେରା(୩୨)ଙ୍କ ସମେତ କାର ଡ୍ରାଇଭର ମାନସ /ଚଣ୍ଡିଆ ଓରଫ ହିରଣ୍ୟ ରାଉତ(୨୫), ମାର୍ଶାଘାଇ ଥାନା ଛନ୍ଦା ଗାଁର, ସେହିଭଳି କାର ଚାଳକ କୁନା ଓରଫ ସୁକାନ୍ତ ଦାସ(୩୧) ଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ୬ଜଣ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ସ୍ଥିତ ଉପ କାରାଗାରକୁ ପଠାଇ ଦିଆଯାଇ ଥିବା ଜଣାପଡିଛି । ସରକାରଙ୍କ ତରଫରୁ ଆଇନଜୀବି ନିରଞ୍ଜନ ବଳ ପରିଚାଳନା କରିଛନ୍ତି ।

Leave a Reply

Your email address will not be published. Required fields are marked *