ମେହୁଲ ଚୋକସି ଗିରଫ

ଗିରଫ ହେଲା ମେହୁଲ ଚୋକସି ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଫେରାର ଥିଲା ମେହୁଲ ଚୋକସି । ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରିଛି ପୋଲିସ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନରେ ୬୫ ବର୍ଷୀୟ ଚୋକସିଙ୍କୁ ଶନିବାର ଗିରଫ କରାଯାଇଛି । ଭାରତ ଛାଡି ପଳାଇବା ପରେ ମୁମ୍ବାଇ କୋର୍ଟ ୨ଥର ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା । ପରେ ଗିରଫ ମଧ୍ୟ କରାଯାଇଛି । ତେବେ ଖୁବଶୀଘ୍ର ମେହୁଲକୁ ଭାରତ ଆଣିବାକୁ ପ୍ରୟାସ କରୁଛି ସିବିଆଇ ।

ଅନ୍ୟପଟେ ମେହୁଲ ଜାମିନ ପାଇଁ ଆବେଦନ କରିଥିବା ସୂଚନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *