ମାଡ଼ିଗଲା ମର୍ସିଡିଜ୍- ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା

ମର୍ସିଡିଜରେ ଭଣଜାକୁ ବୁଲାଇବାକୁ ବାହାରିଥିଲା ମାମୁଁ। କିନ୍ତୁ ବାଟରେ ମଜଦୁରଙ୍କ ଲାଗି କାଳ ସାଜିଲା ମର୍ସିଡିଜ୍। ଡେରାଡୁନର ରାଜପୁର ରୋଡରେ ତୀବ୍ର ବେଗରେ ଏଭଳି ଲକଜରି କାର ରାସ୍ତା କଡ଼ରେ ଯାଉଥିବା ୪ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା। ୪ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। କାର୍ ଚାଳକ ଗାଡ଼ି ରୋକିବା ବଦଳରେ କିଛି ଦୂରରେ ଥିବା ଏକ ସ୍କୁଟରକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ପୁଲିସ ମାମଲା ରୁଜୁ କରି ଚାଳକକୁ ଗିରଫ କରିଛି। ଗାଡ଼ିକୁ ଜବତ କରିଛି। ଗାଡ଼ିଟି ସହସ୍ରଧାରା ରୋଡ କଡ଼ରେ ଏକ ଖାଲି ଫ୍ଲାଟ ପରିସରରେ ଥିଲା। ୧୨ ବର୍ଷର ହୋଇଥିଲା ବେଳେ ମାମୁଁର ବୟସ ହେଉଛି ୨୨। କାର୍ ଚାଳକ ଦିଲ୍ଲୀର। ଯିଏ ନିଜ ସମ୍ପର୍କୀୟ ଘରେ ଡେରାଡୁନରେ ରୁହନ୍ତି। କାରର ବେଗ ଘଣ୍ଟାପ୍ରତି ୭୦ରୁ ୭୫ କିଲୋମିଟର ଥିଲା। ଦୁର୍ଘଟଣା ଘଟାଇବା ପରେ କାରକୁ ଛାଡ଼ି ନିଜ ସାଙ୍ଗର ସ୍କୁଟି ନେଇ ଫେରାର୍ ହୋଇଯାଇଥିଲା ଚାଳକ। ହିଟ୍ ଆଣ୍ଡ ରନ୍ ମାମଲାରେ ପୁଲିସ ସଂପୃକ୍ତ ଯୁବକକୁ ହେପାଜତକୁ ନେଇଛି। ଦିନତମାମ କାମ କରି ଘରକୁ ଫେରୁଥିଲେ ୪ ଶ୍ରମିକ। ଆଉ ଅନ୍ଧାରରେ ପଛପଟୁ ଆସି ମର୍ସିଡିଜ୍ କାର ସେମାନଙ୍କୁ ଧକ୍କା ଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *