ମେଦିନିପୁର : ବେଆଇନ ବାଣ ଫ୍ୟାକ୍ଟ୍ରିରୁ ୫୦ ହଜାର ଟଙ୍କା ମାସକୁ ବଟି  ଆଦାୟ କରୁଥିଲା ପୋଲିସ୍‌

Spread the love

କୋଲକାତା : ପଶ୍ଚିମ ମେଦିନିପୁରର ଏଗରାରେ ହୋଇଥିବା ବମ୍‌ବ୍ଲାଷ୍ଟ ମାମଲାରେ ତିନି ଲୋକଙ୍କ ମୃତ୍ୟୁ ପରେ ରାଜନୀତିକ ସରଗରମ ତୀବ୍ର ହୋଇଛି । ସ୍ଥାନୀୟ ଲୋକମାନେ ଚାଂଚଲ୍ୟକର  ଖୁଲାସା କରିଛନ୍ତି । ପୂର୍ବ ମେଦିନିପୁରର ଏଗରା ବ୍ଲକ୍ ଅନ୍ତର୍ଗତ ଖାଦୀକୁଲ ଗାଆଁରେ ଯେଉଁଠାରେ ଚୋରା ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା ସେଠାରେ ଏପରି କେତେକ ଅନ୍ୟ ଚୋରା କାରଖାନା ଚାଲୁଥିଲା । ଘଟଣା ଘଟିବା ପରେ ଘଟଣାସ୍ଥଳରେ ପହଂଚି ପୋଲିସ୍‌କୁ ଘେରି ସ୍ଥାନୀୟ ଲୋକମାନେ ବଡ ଧରଣର ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ନିଜର ଅସନ୍ତୋଷକୁ ବ୍ୟକ୍ତ କରିଛନ୍ତି । ଲୋକ ମାନେ କହୁଛନ୍ତି  ଯେ  ସ୍ଥାନୀୟ  ପୋଲିସ୍ ବେଆଇନ  ବାଣ କାରଖାନାରେ ମାସକୁ ମାସକୁ ବଟି ଆଦାୟ କରୁଥିଲା ।

 ଭାରତୀୟ ଜନତା ପାର୍ଟିର ବରିଷ୍ଠ ବିଧାୟକ ଏବଂ ନେତା ପ୍ରତିପକ୍ଷ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି  ଅଭିଯୋଗ କରିଛନ୍ତି । ସେ ସ୍ଥାନୀୟ ଲୋକ ଦ୍ୱାରା ଘେରିଥିବା ଏଗରା ଥାନାର ପ୍ରଭାରୀ ମୌସମ ଚକ୍ରବର୍ତୀଙ୍କ ଭିଡିଓ ଟ୍ୱୀଟରରେ ଅପ୍‌ଲୋଡ଼ କରିଛନ୍ତି । ଏହାସହିତ ସେ ଲେଖିଛନ୍ତି ଯେ ଏହି ଏଗରା ଥାନା ପ୍ରଭାରୀ ମୌସମ ଚକ୍ରବର୍ତୀ ଅଟନ୍ତି । ଆଜିର ଭୟାନକ ଘଟଣାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ । ମମତା ବାନାର୍ଜୀଙ୍କ ପୋଲିସ୍‌କୁ ବେଆଇନ  ବାଣ କାରଖାନାର ମାଲିକ କୃଷ୍ଣ ପଦ ବାଗକୁ  ପାଳିପୋଷି ରଖିଥିଲେ । । ଥାନାର ଦୁଇ ଅନ୍ୟ ପୋଲିସ୍‌କର୍ମୀ ସୁରଜୀତ ସିହ୍ନା ଏବଂ ବିଶ୍ୱଜିତ ମାଇତି  ମଧ୍ୟସ୍ଥି  ହୋଇଥିଲେ ଏବଂ  ବେଆଇନ ବାଣ  କାରଖାନାରେ ପ୍ରତି ମାସରେ ୫୦ ହଜାର ଟଙ୍କାର ଆଦାୟ ହୋଇଥିଲା ।

Leave a Reply

Your email address will not be published. Required fields are marked *