ନାବାଳିକାକୁ ଗଣ ବଳତ୍କାର ଅଭିଯୋଗ, ପୋଲିସ ତଦନ୍ତ ଜାରି

Spread the love

() ଉତ୍ତରପ୍ରଦେଶରେ ବାଲିଆ ଜିଲ୍ଲାରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ 14 ବର୍ଷର ବାଳିକା କୁ ବଳତ୍କାର ଅଭିଯୋଗରେ ପୋଲିସି ତିନି ଜଣକୁ କରିଛି ଗିରଫ । ପୋଲିସ ସୂଚନା ଅନୁଯାୟୀ ଘଟଣାଟି ଘଟିଛି ମାର୍ଚ୍ଚ 1 ରାତିରେ। ବାଳିକା ଜଣକ ନିଜ ମା ଘରକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ଦେଖି  ଘରେ ଛାଡିଦେବା ପାଇଁ ପଚାରିଥିଲେ ।

ବାଳିକା ଜଣକ ମନା କରିବାରୁ 3 ଅଭିଯୁକ୍ତ ବାଳିକାକୁ ଜୋରକରି  ଭିଡି ଏକ ଶୂନଶାନ ଜାଗାକୁ ନେଇଯାଇଥିଲେ ଓ ସେଠାରେ ତାଙ୍କ ସହ ଗଣ ବଳତ୍କାର କରିଥିଲେ । ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଚାଲିଯାଇଥିଲେ । କୌଣସି ମତେ ବାଳିକା ତାଙ୍କ ବାପାଙ୍କୁ ଫୋନ କରି ସେହି ସ୍ଥାନକୁ  ଡାକିଥିଲେ ଓ ପରଦିନ ନିକଟସ୍ଥ ପୋଲିସ ଷ୍ଟେସନରେ ଏ ବିଷୟରେ ଅଭିଯୋଗ କରିଥିଲେ।

ବାଲିଆ ପୋଲିସ ଅଧିକ୍ଷକ ରାଜ କରନ ନାୟ କହିଛନ୍ତି ଗୁରୁବାର ସକାଳେ ପୀଡିତଙ୍କ ମା ଆମ ନିକଟରେ ଘଟଣା ସମ୍ୱନ୍ଧରେ ଅଭିଯୋଗ କରିଥିଲେ । କିଛି ସମୟ ମଧ୍ୟରେ ପୋଲିସ ଏହି 3ଜଣକୁ ଗିରଫ କରି ଥାନାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।  

Leave a Reply

Your email address will not be published. Required fields are marked *