ନାବାଳିକାକୁ ଗୁଳିମାଡ, ହସ୍ପିଟାଲରେ ଭର୍ତ୍ତି

Spread the love

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଛି । ଖାସକରି ବନ୍ଧୁମାନଙ୍କ ମଧ୍ୟରେ କୌଣସି ବଚସା ପରେ ଅପରାଧ ଘଟାଇବା ଯେମିତି ନିତି ଦିନିଆ ଘଟଣା ପାଲଟି ଗଲାଣି। ଯେମିତି ଘଟିଛି ଦିଲ୍ଲୀର ନନ୍ଦ ନଗର ସ୍ଥିତ ସୁବାଷ ପାର୍କରେ । ନାବାଳିକାଙ୍କ ଦେହରେ ଗୁଳି ବାଜି ସେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନାରୁ ଜଣାପଡିଛି, ନୂଆଦିଲ୍ଲୀର ସୁବାଷ ପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକାର ବନ୍ଧୁ କାସିମ ତା ଉପରକୁ ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା। ପରେ ତାକୁ ସ୍ଥାନୀୟ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ନାବାଳିକା ଓ ଅଭିଯୁକ୍ତ ବନ୍ଧୁ ହୋଇଥିବା ବେଳେ ପଡୋଶୀ ମଧ୍ୟ। ତେବେ କାହିଁକି କାସିମ ଗୁଳି ମାରିଛି ତାର କାରଣ ଜଣାପଡି ନାହିଁ। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚଳାଇଛି ଚେଷ୍ଟା।

Leave a Reply

Your email address will not be published. Required fields are marked *