ପହଲଗାମ ଆତଙ୍କି ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ବିଜୟ ଓ୍ୱାଡେତିଓ୍ୱାର। ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଜରୁରୀ ନୁହେଁ ବୋଲି କହି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ମନ୍ତବ୍ୟ ବିବାଦୀୟ ପରେ ଆଉ ଜଣେ ବରିଷ୍ଠ କଂଗ୍ରେ ନେତା ବିଜୟ ଆତଙ୍କି ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ବିଧାୟକ ବିଜୟ କହିଛନ୍ତି, ଧର୍ମ ପଚାରି ଆତଙ୍କବାଦୀ ଗୁଳି କରିବାକୁ ସମୟ ପାଇଥିଲେ କି। କିଛି ଲୋକ କହିଛନ୍ତି, ଏମିତି କିଛି ହୋଇନଥିଲା। ଯେହେତୁ ଆତଙ୍କବାଦୀଙ୍କ ନା କୌଣସି ଜାତି ଅଛି ନା କୌଣସି ଧର୍ମ ଅଛି। ସେଥିଲାଗି କେନ୍ଦ୍ର ସରକାର ଏଭଳି ଆତଙ୍କବାଦୀଙ୍କୁ ଧରି ଏଥିଲାଗି ଯିଏ ଦାୟୀ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ। ଧର୍ମ ପଚାରି ଗୁଳି କରିବା ଘଟଣାର ଯେମିତି ପ୍ରଚାର ହେଉଛି, ଲାଗୁଛି ଲୋକଙ୍କ ଧ୍ୟାନକୁ ଅଲଗା ଆଡ଼କୁ ନେବା ଲାଗି ପ୍ରୟାସ ହେଉଛି। ସିଦ୍ଧରମେୟା କହିଥିଲେ, ପାକିସ୍ତାନ ସହ କୌଣସି ଯୁଦ୍ଧ ଦରକାର ନାହିଁ। ଯଦି ଭାରତ ସରକାର ଏଥିଲାଗି ପ୍ରସ୍ତୁତ, ତେବେ କରନ୍ତୁ। ପାକିସ୍ତାନକୁ ପାଣି ଅଟକାଇବାକୁ ଭାରତ ସରକାର କହୁଛନ୍ତି। କିନ୍ତୁ ଏହା କରିବାକୁ ୨୦ବର୍ଷ ଲାଗିଯିବ। ବରଂ କଶ୍ମୀର ଘାଟିରେ ସୁରକ୍ଷାକୁ ମଝଭୁତ କରିବାକୁ ଓକିଲାତି କରିଥିଲେ ସିଦ୍ଧରମେୟା। ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି. କଂଗ୍ରେସ ପାକିସ୍ତାନର ଭାଷା କହୁଛି। କଂଗ୍ରେସ ଏଭଳି ନେତାଙ୍କୁ ବହିଷ୍କାର କରିବା ଉଚିତ। ଯେମିତି ଅତୀତରେ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ପାକିସ୍ତାନ ରାହୁଲ, ସିଦ୍ଧରମେୟା ଓ ତିମାପୁରଙ୍କ ବୟାନକୁ ପାକିସ୍ତାନୀ ଟିଭିରେ ପ୍ରସାରଣ କରି ପାକିସ୍ତାନ ଏମାନଙ୍କୁ ସମବେଦନାକାରୀ ଭାବେ ଦର୍ଶାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now