JAJ_MOTHER TOURCHER_PKG
ହୃଦୟହୀନ ସାଜିଲା ଜନ୍ମକଲା ମା
()ହୃଦୟହୀନା ମା । ନିଜର ତିନି ବର୍ଷର ଶିଶୁପୁତ୍ରକୁ ମାଡ଼, ନିର୍ଯ୍ୟାତନା ସହ ଦେଲା ଚେଙ୍କ। ଏଭଳି ଅମାନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିବା ବେଳେ ମା ଓ ସମ୍ପର୍କୀୟ ମାମୁଁକୁ ଅଟକ ରଖିଛି ପୋଲିସ।
ହୃଦୟହୀନା ସାଜିଛି ମା। ମାତ୍ର ୩ବର୍ଷର ପୁଅକୁ ମାଡ଼ ସହ ଦେହ ସାରା ଦେଲା ସିଗାରେଟ ଚେଙ୍କ। ଦୁନିଆରେ ଏମିତି ବି ମା ଅଛନ୍ତି ଯିଏ ଜନ୍ମ କଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଅତିକ୍ରମ କରିପାରେ। ଏହି ଅମାନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ। ସ୍ଥାନୀୟ ଗୋପପୁର ଛକରେ ଘରଭଡା ନେଇ ରହୁଥିବା ମହିଳା ରଶ୍ମି ମହାପାତ୍ର ନିଜ ୩ବର୍ଷର ଶିଶୁ ପୁତ୍ରକୁ ଅମାନୁଷିକ ଭାବେ ମାଡ଼ ମାରିବା ସହ ଦେହ ସାରା ସିଗାରେଟ ଚେଙ୍କ ଦେଇଛନ୍ତି। କେବଳ ମହିଳା ଏକା ନୁହଁନ୍ତି, ତାଙ୍କ ସହ ସମ୍ପର୍କୀୟ ଭାଇ ମିଶି ଶିଶୁଟି ପ୍ରତି ପଶୁ ଭଳି ବ୍ୟବହାର କରିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଛୁଆଟିକୁ ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ମାଡ଼ ଖାଇ ଛୁଆଟି ଏମିତି ଦରମରା ହୋଇଛି ଯେ ଗୋଡ଼ ହାତ ଫୁଲିଯିବା ସହ ଠିକ ସେ ଚାଲି ପାରୁନାହିଁ। ମାଡ଼ ଓ ଦେହରେ ଦାଗ ଦେଖିଲେ ଜଣେ ମା ଏତେ ନିଷ୍ଟୁର ଓ ନିର୍ଦ୍ଧୟ ହୋଇପାରେ ତାହା ବିଶ୍ଵାସ କରିହେବ ନାହିଁ।
ସୂଚନା ମୁତାବକ ବଡ଼ଚଣା ବ୍ଲକ କାଇମାଟିଆ ଅଂଚଳର ରଶ୍ମି ମହାପାତ୍ର ୨୦୧୮ମସିହାରେ ଜଗତସିଂହପୁର ଜିଲ୍ଲା ତାରପୁର ଅଞ୍ଚଳର ଜିତେନ୍ଦ୍ର ବେଗଙ୍କୁ ବିବାହ କରିଥିଲେ। ପୁଅ ଜନ୍ମ ହେବା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ହେବାରୁ ମହିଳା ଜଣକ ଛତିଆ ଗୋପପୁରରେ ସମ୍ପର୍କୀୟ ଭାଇ କମଳାକାନ୍ତ ମହାପାତ୍ରଙ୍କ ସହ ଭଡା ଘରେ ରହୁଥିଲେ। ତେବେ ପିଲାଟିକୁ ପାଠ ପଢ଼ାଇବା ବେଳେ କମଳାକାନ୍ତ ଓ ରଶ୍ମି ମାଡ଼ ମାରିବା ସହ ଅନେକ ଥର ସିଗାରେଟ ଚେଙ୍କ ଦେଇଥିବା ଜଣାପଡ଼ିଛି। ତେବେ ଏକଥା ସ୍ଥାନୀୟ ଲୋକେ ଜାଣିବା ପରେ ଘଟଣା ପଦାକୁ ଆସିଲା। ତେବେ ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯିବା ପରେ ତାର ଚିକିତ୍ସା ଚାଲିଛି। ଏପଟେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ମା ଓ ସମ୍ପର୍କୀୟ ମାମୁଁକୁ ବୈରୀ ଥାନା ପୋଲିସ ଅଟକ ରଖିଛି ।କାରଣ ଯାହା ବି ହେଉନା କାହିଁକି, ମା ଯେ ଏଭଳି ବ୍ୟବହାର କରିପାରେ ତାହା ବିଶ୍ୱାସ ଯୋଗ୍ୟ ନୁହେଁ ।
ହିମାଂଶୁ କୁମାର ପାଢ଼ୀ ଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now