ମର୍ଡର କଲା ପୁରୁଣା ପ୍ରେମିକା..

ପତ୍ନୀକୁ ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଦେଖିଦେଲେ ସ୍ୱାମୀ। ଏହା ପରେ ପତି ପତ୍ନୀ ଦୁହେଁ ମିଶି ପ୍ରେମିକକୁ ମର୍ଡର କଲେ। ବରେଲିର ମୁକେଶ ମର୍ଡର ମାମଲାରେ ଏଭଳି ଖୁଲାସା କରିଛି ପୁଲିସ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତ ଦମ୍ପତ୍ତି ସାନୁ ଓ ନଗମାକୁ ପୁଲିସ ଗିରଫ କରିଛି। ଡିସେମ୍ୱର ୪ ରାତିର ଘଟଣା। ବରେଲିର ସାଇନ୍ଥାଲରେ ମୁକେଶକୁ ମର୍ଡର କରାଯାଇଥିଲା। ମୁକେଶ ସହ ନଗମାର ପ୍ରେମ ସମ୍ପର୍କ ଥିଲା। ଦୁହେଁ ଲୁଚାଛପାରେ ଭେଟୁଥିଲେ। ପରସ୍ପର ସହ ଅନେକ ଥର ଶାରୀରିକ ସମ୍ପର୍କ ବି ରଖିଛନ୍ତି। କିନ୍ତୁ ଡିସେମ୍ୱର ୪ ଥିଲା ଦୁହିଁଙ୍କ ଲାଗି କାଳରାତି। ହେଲେ ଏ କାଳରୁ ବର୍ତ୍ତିବାକୁ ପ୍ରେମିକା ନଗମା ତୁରନ୍ତ ପଟ୍ଟ ପରିବର୍ତ୍ତନ କରିଦେଲା। ସ୍ୱାମୀ ସାନୁଙ୍କ ଆଗରେ ସତ ଧରାପଡ଼ିବା ପରେ ସାନୁ ସହ ମିଶି ମୁକେଶକୁ ମର୍ଡର କରିବାକୁ ପଛାଇଲାନି ନଗମା। ଡିସେମ୍ୱର ୫ ସକାଳୁ ୨୨ ବର୍ଷୀୟ ମୁକେଶର ଶବ ସେନ୍ଥାଲ ପାଖରେ ଥିବା ଏକ ଗହମ କ୍ଷେତରୁ ମିଳିଥିଲା।  ମୁକେଶଙ୍କ ଭାଇ ଏ ନେଇ ଥାନାରେ ଏତଲା ଦେଇଥିଲେ। ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଗଲା ଯେ, ମର୍ଡର ପୂର୍ବରୁ ପ୍ରବଳ ମାଡ଼ ଦିଆଯାଇଛି। ଆଉ ତା ପରେ ଶ୍ୱାସରୁଦ୍ଧ କରାଯାଇଛି। ସନ୍ଦେହରେ ସାନୁ ଓ ନଗମାଙ୍କୁ ପୁଲିସ ଉଠାଇ ନେଇଥିଲା। ପୁଲିସକୁ ସାନୁ କହିଛି ଯେ, ସେ ନଗମାକୁ ଦେଢ଼ ବର୍ଷ ତଳୁ ବିବାହ କରିଥିଲେ। ପଛରେ ସେ ଜାଣିବାକୁ ପାଇଥିଲେ ଯେ, ନଗମା ସହ ମୁକେଶର ପ୍ରେମ ସମ୍ପର୍କ ଥିଲା। ଏପରିକି ବିବାହ ପରେ ବି ମୁକେଶ ଓ ନଗମା ପରସ୍ପର ସହ  ଫୋନରେ ନିରନ୍ତର କଥା ହେଉଥିଲେ। ଡିସେମ୍ୱର ୪ ରାତିରେ ଏକ ମେଳାରୁ ବୁଲି ଘରକୁ ଫେରି ଦେଖନ୍ତି ଯେ, ମୁକେଶ ଓ ନଗମା ଆପତ୍ତିଜନକ ଅବସ୍ଥାରେ ଥିଲେ। ଉଭୟଙ୍କୁ ସାନୁ ପିଟିଥିଲେ। କିନ୍ତୁ ଏହା ପରେ ପରିସ୍ଥିତି ଦେଖି ତୁରନ୍ତ ବଦଳିଗଲା ନଗମା। ସେ ମୁକେଶ କଥାରେ ପଡ଼ି ଭୁଲ କରିଛି। ଆଉ ସେହି ରାତିରେ ମୁକେଶକୁ ମଦ ପିଆଇ ଜଙ୍ଗଲକୁ ନେଇଯାଇଥିଲା ନଗମା। ସାନୁ ଦୁହିଁଙ୍କ ପିଛା କରିଥିଲା। ଆଉ ମୁକେଶର ଛାତିରେ ବସି ଆକ୍ରମଣ କରିଥିଲା। ଉଭୟ ମିଶି ମୁକେଶ ପାଟିକୁ ବନ୍ଦ କରିଦେବାରୁ ଶ୍ୱାସରୁଦ୍ଧ ହୋଇ ମୁକେଶଙ୍କ ମୃତ୍ୟୁ ହୋଇଗଲା। ମୁକେଶ ମୋବାଇଲକୁ ନଷ୍ଟ କରିଥିଲା ନଗମା। ମୁକେଶଙ୍କ ପରିବାର ଆରୋପ ଲଦିଛନ୍ତି ଯେ, ମୁକେଶଠୁ ଲମ୍ୱା ସମୟ ଧରି ବିଭିନ୍ନ ବାହାନାରେ ଟଙ୍କା ଲୁଟୁଥିଲା ନଗମା। ଆଗରୁ ଗାଁର ଜଣେ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ତାଠୁ ୨ଲକ୍ଷ ଟଙ୍କା ନେଇ ଚୁପ୍ ରହିଲା। ମୁକେଶଠୁ ବି ଲକ୍ଷେ ଟଙ୍କା ଦାବି କରୁଥିଲା। ମୁକେଶକୁ ମର୍ଡର ପରେ ନଗମା ଓ ସାନୁ ମହାରାଜଗଞ୍ଜ ପଳାଇଥିଲେ। ଯେଉଁଠି ସାନୁ ଇଟା ଫ୍ୟାକଟ୍ରିରେ କାମ କରେ। ବିବାହ ପରେ ନଗମାକୁ ନେଇ ସାନୁ ସେଠାରେ ରହୁଥିଲା। ମର୍ଡର ସନ୍ଦେହରେ ଏମାନଙ୍କ ନାଁ ପଦାକୁ ଆସିବା ପରେ ଏମାନେ ଜଣେ ଓକିଲଙ୍କୁ ପରାମର୍ଶ କରିବାକୁ ଆସିଥିଲା ବେଳେ ପୁଲିସ ମାଡ଼ିବସିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *