ବିହାର ମୁଙ୍ଗେରରେ ଏଏସଆଇ ସନ୍ତୋଷ ସିଂଙ୍କୁ ମର୍ଡର। ଦୁଇ ପକ୍ଷ ଭିତରେ ଥିବା ବିବାଦକୁ ତୁଟାଇବାକୁ ଯାଇଥିଲା ପୁଲିସ ଟିମ୍। କିନ୍ତୁ ଅଭିଯୁକ୍ତ ଓ ତାଙ୍କ ପରିବାର ଏଏସଆଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ।ଏଥିରେ ସନ୍ତୋଷଙ୍କ ମୃତ୍ୟୁ ହୋଇଛି। ମଦ ପିଇ ରଣବୀର କୁମାର ପରିବାର ଅଞ୍ଚଳରେ ହଙ୍ଗାମା କରୁଥିଲେ। ପିସିଆରକୁ କଲ୍ ଯିବା ପରେ ପୁଲିସ ଟିମ୍ ସେଠାରେ ପହଞ୍ଚିଥିଲା। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଏଏସଆଇଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲେ ରଣବୀର ଓ ତାଙ୍କ ପରିବାର। ଏଥିରେ ଗୁରୁତର ଆହତ ହୋଇଥିଲେ ସନ୍ତୋଷ। ଏହା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପାଟନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ହୋଇଛି। ଆକ୍ରମଣ କରିଥିବା ପରିବାର ଫେରାର୍ ହୋଇଯାଇଥିଲା। ଶେଷରେ ସମସ୍ତ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ନନ୍ଦଲାଲପୁର ଗାଁରେ ହୋଲି ଉତ୍ସବରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଦୁଇ ପକ୍ଷ ଭିତରେ ଝଗଡ଼ା ତୁଟାଉଥିଲା ବେଳେ ଗୋଟିଏ ପକ୍ଷ ଅଚାନକ ଏଏସଆଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଆକ୍ରମଣରେ ସନ୍ତୋଷଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଶୁକ୍ରବାର ରାତି ପ୍ରାୟ ୭ଟା୪୫ର ଘଟଣା।

Naxatra News is now on Whatsapp
Join and get latest news update delivered to you via whatsapp
Join Now