କେରଳରେ ବିଶ୍ୱର ସବୁଠୁ ଛୋଟ ଛେଳି

ଦୁନିଆର ସବୁଠି ଛୋଟ ଜୀବିତ ଛେଳି। ନାଁ କରୁମ୍ୱି। କେରଳର ଇଡୁକିରେ ରହୁଥିବା ଚାଷୀ ଲେନୁ ପିଟରଙ୍କ ଏହି ଛେଳି ଚର୍ଚ୍ଚାରେ। କାରଣ କରୁମ୍ୱିର ନାଁ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡରେ ରେକର୍ଡସ ହୋଇସାରିଛି।  ୨୦୨୧ରେ ଜନ୍ମ ହୋଇଥିଲା କରୁମ୍ୱି। ଏହା ଏବେ ପୁରା ବିକଶିତ ଓ ସ୍ୱସ୍ଥ ବି। କିନ୍ତୁ ଏହାର ଉଚ୍ଚତା ମାତ୍ର ଏକ ଫୁଟ ୩ଇଞ୍ଚ୍। କରୁମ୍ୱି ଗର୍ଭବତୀ ବି ଅଛି। ଗଲା ମାସରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି କରୁମ୍ୱି। ଏହି ଛେଳିଟି କାନାଡାଇର ପିଗମି ପ୍ରଜାତିର ଅଟେ। ଯିଏ ନିଜର କମ୍ ଉଚ୍ଚତା ଲାଗି ଜଣା। ଏ ସବୁ ଛେଳିର ଗୋଡ଼ ୨୧ ଇଞ୍ଚରୁ ଅଧିକ ବଢ଼େନା। ୨୧ ଇଞ୍ଚ ଅର୍ଥାତ୍ ୫୩ ସେଣ୍ଟିମିଟର। ଏହାର ପିଲା ବି ଏହା ଭଳି ହେବ ବୋଲି ଆଶା କରାଯାଉଛି। ମାଆଠୁ ପିଲା ବି ଆହୁରି କମ୍ ଉଚ୍ଚତାର ହୋଇ ନୂଆ ରେକର୍ଡ ରଚିପାରେ ବୋଲି ଆଶାବାଦୀ ଲେନୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *