Sex କରିବା ବେଳେ Exକୁ ମର୍ଡର..

ଏକ୍ସ ଓ ନେକ୍ସଟ ଖେଳ ଭିତରେ ଏକ୍ସକୁ ମର୍ଡର। ସମ୍ପର୍କକୁ ଲଜ୍ଜିତ ଓ ଅବିଶ୍ୱାସର ଫନ୍ଦି କରିବା ଭଳି ଘଟଣା ଆସିଛି ଭୋପାଳରୁ। ନୂଆ ପ୍ରେମିକ ପାଇଲା ମାତ୍ରେ ପୁରୁଣାରୁ ମନ ଛାଡ଼ି ଚାଲିଯାଇଥିଲା। ସେଥିଲାଗି ନୂଆ ପ୍ରେମିକ ସହ ମିଶି ପୁରୁଣା ପ୍ରେମିକକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ ମହିଳା। ମୃତକ ହେଲେ ୪୬ ବର୍ଷୀୟ ତାରାଚାନ୍ଦ ପଟେଲ୍। ପୁଲିସ ତଦନ୍ତରୁ ସାମ୍ନାକୁ ଆସିଛି ଯେ, ହତ୍ୟା ପଛରେ ପ୍ରେମିକା ଓ ତାହାର ନୂଆ ପ୍ରେମିକର ହାତ ରହିଛି। ରାନୀ ଅହିରଓ୍ୱାର ସହ ତାରାଚାନ୍ଦଙ୍କ ଗଲା ଦେଢ଼ ବର୍ଷ ହେଲା ଅବୈଧ ସମ୍ପର୍କ ଥିଲା। ରାନୀକୁ ପୁଲିସ ଜେରା ପରେ ରାନୀ ମାନିଥିଲା ଯେ, ତାରାଚାନ୍ଦର ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲା। ସେ ପ୍ରତି ୧୫ ଦିନରେ ତା ଘରେ ଆସି ରହୁଥିଲା। ଶାରୀରିକ ସମ୍ପର୍କ ରଖିବା ସହ ଅନେକ ସମୟରେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବି ଦେଉଥିଲା। ହେଲେ ମଦ ନିଶାରେ ତାକୁ ଗାଳିଗୁଲଜ ସହ ମାଡପିଟ୍ ବି କରେ। ତାରାଚାନ୍ଦର ପତ୍ନୀ ଓ ପିଲା ବି ଫୋନରେ ତାକୁ ଅପଶବ୍ଦ କୁହନ୍ତି। ନିଜ ପିଲାଙ୍କ ଆଗରେ ସେକ୍ସ କରିବାକୁ ବାଧ୍ୟ କରେ ତାରାଚାନ୍ଦ। ଏହାରି ଭିତରେ ସିକ୍ୟୁରିଟି ଗାର୍ଡ କୃଷ୍ଣାପାଳ ଯାଦବ ସହ ତାହାର ଘନିଷ୍ଠତା ବଢ଼ିଥିଲା। ଧୀରେ ଧୀରେ ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ବଢ଼ିଥିଲା। ସେଥିଲାଗି ତାରାଚାନ୍ଦକୁ ହଟାଇବାକୁ ଦୁହେଁ ଯୋଜନା କରିଥିଲେ। ତାରାଚାନ୍ଦ ସହ ଶାରୀରିକ ସମ୍ପର୍କ ରଖିବା ବାହାନାରେ ଡାକିଥିଲା ରାନୀ। ତାରାଚାନ୍ଦ ଆସିବା ପରେ ତାକୁ ଭେଲ୍ ସ୍ପୋର୍ଟସ କ୍ଲବ ଜଙ୍ଗଲ ପାଖକୁ ନେଇଥିଲା। ଯେଉଁଠି ପୂର୍ବରୁ କୃଷ୍ଣା ଲୁଚିଥିଲା। ସେକ୍ସ କରିବା ବେଳେ ଠେଙ୍ଗାରେ ପଛପଟୁ ମୁଣ୍ଡକୁ ପିଟିଥିଲା କୃଷ୍ଣାପାଳ। ଏହା ପରେ ଦୁହେଁ ମିଶି ଧାରୁଆ ଅସ୍ତ୍ରରେ ତାରାଚାନ୍ଦର ବେକ, ମୁଣ୍ଡ ଓ ଶରୀରକୁ ଚୋଟ ପରେ ଚୋଟ ପକାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାରାଚାନ୍ଦର ମୃତ୍ୟୁ ହୋଇଗଲା। ପୁଲିସ ଅଭିଯୁକ୍ତ ରାନୀ ଓ କୃଷ୍ଣାପାଲକୁ ଗିରଫ କରିଛି। ଫେବୃଆରୀ ୨୧ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅବୈଧ ସମ୍ପର୍କ ଓ ବଢ଼ୁଥିବା ବିବାଦ ତାରାଚାନ୍ଦଙ୍କ ଲାଗି କାଳ ସାଜିଲା। ରାନୀ ପାଖରୁ ମୃତକଙ୍କ ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ପୁଲିସ ଜବତ କରିଛି। କୃଷ୍ଣାପାଳ ପାଖରୁ ମୃତକର ବାଇକ୍, ଛୁରୀ ଓ ବାଡ଼ି ଜବତ ହୋଇଛି। ସେକ୍ସ କରିବାକୁ ଡାକି ମର୍ଡର। ଏଭଳି ଘଟଣାକୁ ନେଇ ଭୋପାଳରେ ଭାରି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *