ମୁସଲିମ ପ୍ରଧାନଶିକ୍ଷକଙ୍କୁ ବଦଳି ଟାର୍ଗେଟ- ପିଲାଙ୍କ ପାଣିରେ ବିଷ ମିଶାଉଥିବା ୩ ଅଭିଯୁକ୍ତ ଗିରଫ

ସ୍କୁଲ ପ୍ରଧାନଶିକ୍ଷକ ମୁସଲିମ ସମ୍ପ୍ରଦାୟର। ତାଙ୍କୁ ସେଠାରୁ ବଦଳି କରିବାକୁ ପିଲାଙ୍କ ପାଣିରେ ବିଷ ଦେଇ ହୀନ ଚକ୍ରାନ୍ତ କରି ଧରାପଡ଼ିଗଲେ ୩ ଅଭିଯୁକ୍ତ। ଏଭଳି ଘଟଣା କର୍ଣ୍ଣାଟକର ବେଲଗାଭିରୁ ଆସିଛି। ହୁଲିକଟୁ ଗାଁରେ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଥିବା ପାଣି ଟାଙ୍କିରୁ ପାଣି ପିଇ ପିଲାଙ୍କ ସ୍ୱାସ୍ଥ୍ଯବସ୍ଥା ବିଗିଡ଼ିଥିଲା। ପ୍ରାରମ୍ଭିକ ଯାଞ୍ଚରୁ ପିଇବା ପାଣିର ଉତ୍ସକୁ କେହି ଜାଣିଶୁଣି ଦୂଷିତ କରାଯାଇଥିବା ଜଣାପଡ଼ିଥିଲା। ପୁଲିସ ଯାଞ୍ଚରୁ ଏହା ପଛରେ ସ୍ଥାନୀୟ ନେତା ସାଗର ପାଟିଲଙ୍କ ଭୂମିକା ସ୍ପଷ୍ଟ ହୋଇଥିଲା। ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା କରିବାକୁ ଯାଇ ପିଇବା ପାଣିରେ ବିଷ ମିଶାଇଥିଲେ ୩ ଅଭିଯୁକ୍ତ। ଯାହା ଫଳରେ ପ୍ରଧାନଶିକ୍ଷକ ସମସ୍ତଙ୍କ ଟାର୍ଗେଟକୁ ଆସିବେ ଓ ତାଙ୍କର ସେଠାରୁ ବଦଳି ହୋଇଯିବ। ସୌଭାଗ୍ୟବଶତଃ ପ୍ରଭାବିତ ପିଲାଙ୍କ ଅବସ୍ଥା ଠିକ୍ ହୋଇସାରିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ପିଲାଙ୍କୁ ନରସଂହାର କରିବାକୁ ହୋଇଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିବାରୁ ପୁଲିସକୁ ଧନ୍ୟବାଦ। ଏଭଳି ଜଘନ୍ୟ କାଣ୍ଡ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଉଚିତ୍ ଦଣ୍ଡ ମିଳିବ। ସମସ୍ତ ପ୍ରକାର କଟ୍ଟରବାଦ ମାନବସମାଜ ଲାଗି ବିପଦ ଅଟେ। ଏଭଳି ଘୃଣା ଓ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀଙ୍କ ଉପରେ ଲଗାମ ଲଗାଇବାକୁ ସରକାର ଏସଆଇଟି ଗଠନ କରିଛନ୍ତି। ଏଭଳି ତତ୍ତ୍ୱଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *