ବୁର୍ଖା ଟାଣି ଅସଦାଚରଣ ଭିଡ଼ିଓ- ୬ ଅଭିଯୁକ୍ତ ଗିରଫ

ମୁସଲିମ ଝିଅକୁ ସର୍ବସାଧାରଣରେ ଅସଦାଚରଣ ମହଙ୍ଗା ପଡ଼ିଲା। ଝିଅଟିର ବୁର୍ଖା ଟାଣିବା ସହ ସର୍ବସମୁଖରେ ଅଶୋଭୟନୀୟ ଆଚରଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। ମୁଜାଫରନଗରରେ କିଛି ବ୍ୟକ୍ତି ସଂପୃକ୍ତ ଯୁବତୀଙ୍କୁ ବୁର୍ଖା ଟାଣିବା ସହ ତାଙ୍କ କେଶକୁ ଟାଣି ଚାପୁଡ଼ା ମାରିଥିଲେ। ଏହାର ଭିଡ଼ିଓ ବି କରୁଥିଲେ। ମୁସଲିମ ଯୁବତୀଙ୍କୁ ହିନ୍ଦୁ ଯୁବକଙ୍କ ସହ ବୁଲିବା ଦେଖି ତାତି ଉଠିଥିଲେ ଗୋଟିଏ ଗୋଷ୍ଠୀ। ଏହାର ଭିଡ଼ିଓ ଭାଇରାଲ ପରେ ପୁଲିସ ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଛୋଟ ଫାଇନାନ୍ସ କମ୍ପାନୀରେ କଲେକ୍ସନ ଏଜେଣ୍ଟ କାମ କରୁଥିଲେ ଯୁବତୀ। ଯୁବକଙ୍କ ନାଁ ସଚିନ। ସଚିନଙ୍କ ସହ ବାଇକରେ କଲେକ୍ସନ କରି ଫେରୁଥିଲେ ଯୁବତୀ। ଜଣେ ମୁସଲିମ ଯୁବକ ରୋକି ଏମାନଙ୍କ ନାଁ ପଚାରିଥିଲେ। ଆଉ ଦୁହିଁଙ୍କ ସହ ମାଡ଼ପିଟ୍ କରିଥିଲେ। ଯୁବକ ଓ ଯୁବତୀର ନାଁ ଜାଣିବା ପରେ ଝିଅକୁ ବାଇକରୁ ଘୋଷାରି ନେଇଥିଲେ। ଦୁହିଁଙ୍କୁ ପାଖ ଦୋକାନକୁ ଟାଣିନେଇଯାଇଥିଲେ। ଦୋକାନରେ ଯୁବକକୁ ମାରପିଟ୍ କରିଥିଲେ। ସେଠାରେ ଝିଅଟିର ବୁର୍ଖା ଟାଣି ଚିରିବାକୁ ଲାଗିଥିଲେ। ପାଖରେ ଥିବା ଲୋକେ ଦୁହିଁଙ୍କୁ କୌଣସିମତେ ରକ୍ଷା କରିଥିଲେ। ଏ ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ମୁଜାଫରନଗର ପୁଲିସ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ- ସରତାଜ, ସାଦାବ, ଉମର, ଅର୍ଶ, ସୋଏବ ଓ ସମି। ଯୁବକଙ୍କ ବର୍ବରତା ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସଂପୃକ୍ତ ପୀଡ଼ିତା କୁରେସିଆନ ମୋହଲ୍ଲାରେ ରୁହନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *