ନବ ଦାସ ହତ୍ୟା ମାମଲା-ରାଜନୈତିକ ହଟଚମଟ

ନବ ଦାସ ହତ୍ୟାମାମଲା ନେଇ ପୁଣି ରାଜନୈତିକ ହଟଚମଟ।  ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ। ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିରବ ରହିଲେ । କ୍ଷମତା ଲୋଭ ଓ ସମ୍ପତି ଲୋଭରେ ତଦନ୍ତ ଠିକ ହେଉଥିବା କହିଲେ। ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସ ଙ୍କ ହତ୍ୟାକାରୀ କୁ ଧରିବା କୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବା ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳନାୟକ ମାନେ ସାମ୍ନା କୁ ଆସିବା ଦରକାର ଅଛି ବୋଲି ପ୍ରଦୀପ କହଛନ୍ତି।

ସେପଟେ CBI ତଦନ୍ତ ପାଇଁ ଲିଖିତ ଭାବେ ଦେବୁ ବୋଲି କହିଲେ ସ୍ୱର୍ଗତ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଲି ଦାସ। ଯଦି ସେମାନେ ନବ ଦାସଙ୍କୁ ପ୍ରକୃତରେ ଭଲ ପାଉଥାନ୍ତି ତେବେ ନିରପେକ୍ଷ ତଦନ୍ତ ହେଉ ବୋଲି କହିଛନ୍ତି ଦୀପାଲି । ସିବିଆଇ ତଦନ୍ତ ହେଲେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ । ଯୋଉ ସମୟରେ ସିବିଆଇ କଥା କହିଲି ସେତେବେଳକୁ ବିଜେପି ନିରବ ହୋଇଯାଇଛି। ସେପଟେ ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ନେଇ ବିଜେଡିର ଜବାବ, କେବଳ ଅଭିଯୋଗ କଲେ କଣ ହେବ । ଯେତେବେଳେ ଅଭିଯୋଗ କରୁଥିଲେ ସେବେ ବିରୋଧୀ ଦଳରେ ଥିଲେ ବର୍ତ୍ତମାନ ସରକାର ରେ ଅଛନ୍ତି । ବିଜେପି ନିଜେ କହିଥିଲା ଯେଉଁ ଦିନ ସରକାର କୁ ଆସିବୁ ତାହାର ତଦନ୍ତ କରିବୁ ଆଉ ଦୋଷୀ କୁ ଜେଲ ଭିତରେ ପୁରେଇବୁ । ଏବେ ପୁଣି କାହିଁକି ଲେଖିକି ଦେବାକୁ କହୁଛନ୍ତି । ନିଜ ଆଡୁ ସିବିଆଇ ତଦନ୍ତ କରାନ୍ତୁ  ବୋଲି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି।

ବାଇଟ: ଦୀପାଲି ଦାସ, ନବ ଦାସଙ୍କ ଝିଅ

ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ଘଟଣାକୁ 2 ବର୍ଷ ପୂରଣ ହେବ । ସେହି ସମୟରେ ବିଧାନସଭାରେ ପ୍ରସଙ୍ଗ ଉଠେଇଥିଲୁ ଯେ ଗୋପାଳ ଦାସ ଜଣେ କନେଷ୍ଟବଳ।  ସେ ଜଣେ ଏତେ ବଡ ଲୋକଙ୍କୁ କିଭଳି ହତ୍ୟା କରି ପାରିବେ । ଏ କଥା ବିଧାନ ସଭାରେ ଉଠେଇ ସିବିଆଇ ତଦନ୍ତ ଦାବି କରିଥିଲୁ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ । କିନ୍ତୁ ସରକାର ବାରମ୍ବାର ଗୃହ ଅଚଳ ହେବା ସତ୍ବେ ଏହା କୁ ଏଡେଇ ଦେଇ ଥିଲେ । ଝାରସୁଗୁଡ଼ା ଜନସାଧାରଣ ଜାଣିଛନ୍ତି ଏହା ଏକ ଷଡଯନ୍ତ୍ର । ଏହା ପଛରେ ବଡ଼ ବଡ଼ ଲୋକ ଅଛନ୍ତି। ତେଣୁ ମାମଲାକୁ ପୁଣି ଥରେ ସିବିଆଇ କୁ ଦିଆଯାଉ। ନବ ଦାସଙ୍କ ହତ୍ୟା ପଛରେ ରାଜନୀତିକ ଷଡ଼ଯନ୍ତ୍ର ଥିବା ରାଜ୍ୟବାସୀ ଯେଉଁ ଆଶଙ୍କା କରୁଛନ୍ତି, ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି ପରେ ଏହାକୁ ନେଇ ରାଜ୍ୟ ରାଜନୀତି ବି ରହିଛି ସରଗରମ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *