ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ

Spread the love

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ ତାଙ୍କ ଆୟ ଠାରୁ ୫୦୦% ଅଧିକ ସମ୍ପତି ଠୁଳ କରିଛନ୍ତି ବୋଲି ଭିଜିଲାନ୍ସ ଏସ୍ପି ଏମ୍. ରାଧାକ୍ରିଷ୍ଣନ କହିଛନ୍ତି ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶାନ୍ତଙ୍କ ମୋଟ ୫ କୋଟି ୨୧ଲକ୍ଷ ୯ ହଜାର ୬୫୯ ଟଙ୍କା ଠାବ ହୋଇଛି । ଯାହାକି ତାଙ୍କ ଆୟର ୫୦୬ ପ୍ରତିଶତ । ଗତକାଲି ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କାର ନଗଦ ଜବତ କରାଯାଇଥିଲା । ପ୍ରଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଞ୍ଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି । ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଯାନ ଅଛି । ତାଙ୍କ ଠାରୁ ୨୧.୩୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି । ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ଲକ୍ଷ ଟଙ୍କା ଡିପୋଜିଟ୍ ରହିଛି । ଏହା ବ୍ୟତୀତ ତାଙ୍କର ୨ ଟି ବେନାମୀ ଆକାଉଂଟରୁ ୩୮.୬୪ ଲକ୍ଷ ଟଙ୍କା ଠାବ କରାଯାଇଛି ।

Leave a Reply

Your email address will not be published. Required fields are marked *