ପହଲଗାଁଓ ଆକ୍ରମଣ- ତଦନ୍ତର ଅବଧି ଓ ଅଭିଯୁକ୍ତଙ୍କ କଷ୍ଟଡି ବୃଦ୍ଧି

ପହଲଗାଁଓ ଆକ୍ରମଣ ଘଟଣାରେ ଏନଆଇଏ ସ୍ପେଶିଆଲ କୋର୍ଟ ତଦନ୍ତର ଅବଧିକୁ ବଢ଼ାଇଦେଇଛନ୍ତି। ଏହା ସହ ଦୁଇ ଅଭିଯୁକ୍ତଙ୍କର କଷ୍ଟଡିକୁ। ଜମ୍ମୁରେ ଥିବା ଏନଆଇଏ ସ୍ପେଶିଆଲ କୋର୍ଟ ୪୫ ଦିନ ଯାଏ ଅବଧି ବଢ଼ାଇଛନ୍ତି। ୯୦ ଦିନ ସମୟସୀମା ଥିଲା। ସେପ୍ଟେମ୍ୱର ୧୮ରେ ସ୍ପେଶିଆଲ ଏନଆଇଏ ବିଚାରପତି ଜଷ୍ଟିସ ସନ୍ଦୀପ ଗାନ୍ଦୋତ୍ରା ତଦନ୍ତର ଅବଧିକୁ ବଢ଼ାଇଛନ୍ତି। ଆଉ ଦୁଇ ଅଭିଯୁକ୍ତ ବସିର ଅହମଦ ଜୋଥାଟ୍ ଓ ପରଭେଜ୍ ଅହମ୍ମଦଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ରିମାଣ୍ଡ ଓ ତଦନ୍ତର ଅବଧି ବୃଦ୍ଧି ଲାଗି ପର୍ଯ୍ୟାପ୍ତ କାରଣ ପାଇଥିଲେ କୋର୍ଟ। ଅଭିଯୋଗର ତଦନ୍ତ, ତଦନ୍ତର ପ୍ରଗତି, ଫରେନସିକ୍ ଓ ଡିଏନଏ ପ୍ରୋଫାଇଲିଂ ରିପୋର୍ଟ ପେଣ୍ଡିଂକୁ ନେଇ ଏହି ଅବଧି ବୃଦ୍ଧି ଜରୁରୀ ବୋଲି ହୃଦବୋଧ କରିଥିଲେ କୋର୍ଟ। ୯୦ ଦିନିଆ ତଦନ୍ତର ଅବଧି ଓ ଦୁଇ ଅଭିଯୁକ୍ତଙ୍କ ୧୦ ଦିନିଆ ରିମାଣ୍ଡର ଅବଧି ଆଜି ସରୁଥିଲା। ଦେଶଦ୍ରୋହ ଆଇନରେ କଷ୍ଟଡିକୁ ୯୦ ଦିନରୁ ୧୮୦ ଦିନ ଯାଏ ବଢ଼ାଇବାକୁ ଆବେଦନ କରିଥିଲା ଏନଆଇଏ। ଏନଆଇଏ ପ୍ରସିକ୍ୟୁଟର ଚନ୍ଦନ କୁମାର ସିଂ କହିଥିଲେ, ବଳିଷ୍ଠ ପ୍ରମାଣ ଯେମିତିକି ସାକ୍ଷୀଙ୍କ ବୟାନ, ଫରେନସିକ ରିପୋର୍ଟ, ଡିଏନଏ ପ୍ରୋଫାଇଲିଂ,ଜବତ ବ୍ଲାଙ୍କେଟ୍ ଓ ସାଲ୍,, ପାକିସ୍ତାନୀ ନମ୍ୱର ସହ ଜଡ଼ିତ ମୋବାଇଲ ଡାଟାରୁ ଅନେକ ତଥ୍ୟ ପଦାକୁ ଆସିବାର ଅଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *