ନିକାହ ପାଇଁ ଝିଅକୁ ଦେଖାଇଲେ। କିନ୍ତୁ ମା ସହ ବିବାହ କରାଇଦେଲେ। ଏଭଳି ଅଜବ ଘଟଣା ଆସିଛି ମିରଟରୁ। ଯୁବକ ବିବାହକୁ ବିରୋଧ କରିବାରୁ ଦୁଷ୍କର୍ମ ମାମଲାରେ ଫସାଇବାକୁ ଧମକ ମିଳୁଛି। ଏ ସବୁ ପଛରେ ଭାଇ-ଭାଉଜଙ୍କ ଚକ୍ରାନ୍ତ ଥିବାର ଆରୋପ ଲଦିଛନ୍ତି। ଧୋକାରେ ତାଙ୍କଠୁ ୨୫ ବର୍ଷ ବଡ଼ ମହିଳାଙ୍କ ସହ ବିବାହ କରାଇଦେଲେ। ଯିଏ ବିଧବା। ୟୁପିର ମିରଟର ବ୍ରହ୍ମାପୁରୀ ଥାନା ଅନ୍ତର୍ଗତ ତାରାପୁରୀ ଗାଁର ଘଟଣା। ଅଜିମ ନାମକ ଯୁବକ ମିରଟ ଏସପିଙ୍କୁ ଭେଟି ଏଭଳି ସଙ୍ଗୀନ ଆରୋପ ଲଦିଛନ୍ତି। ଅଜିମଙ୍କ ମାତା ପିତା ଦେହାନ୍ତ ହୋଇସାରିଛି। ନିଜ ବଡ଼ ଭାଇ ନଦୀମ ଓ ଭାଉଜ ସାୟଦାଙ୍କ ସହ ପୈତୃକ ଘରେ ସାଙ୍ଗରେ ରୁହନ୍ତି। ମାର୍ଚ୍ଚ ୩୧, ୨୦୨୫ ଇଦ୍ ଦିନ ତାଙ୍କ ଭାଉଜ ତାଙ୍କୁ ଫାଜଲପୁର ଡାକିଥିଲେ। ଆଉ କହିଥିଲେ ଯେ, ସେ ନିଜ ବଡ଼ ଭଉଣୀ ଯେ କି ବିଧବା, ତାଙ୍କ ଝିଅ ମନ୍ତସାଙ୍କ ସହ ବିବାହ କରାଇବେ। ଅଜିମ ଭରସା କରି ପହଞ୍ଚିଥିଲେ। ମନ୍ତସାଙ୍କୁ ଦେଖାଇଲା ପରେ ତାଙ୍କୁ ପସନ୍ଦ କରିଥିଲେ ଅଜିମ୍। ଆଉ ସେହି ସଂଧ୍ୟାରେ ହିଁ ନିକାହ ହୋଇଗଲା। ଫାଜଲପୁର ମସଜିଦରେ ଯେବେ ମୌଲାନା ନିକାହ ପଢ଼ିବାକୁ ଲାଗିଥିଲେ। ସେବେ ଅଜିମ ଜାଣିବାକୁ ପାଇଥିଲେ ଯେ, ମନ୍ତସାଙ୍କ ସହ ନୁହେଁ। ବରଂ ତାଙ୍କଠୁ ୨୫ ବର୍ଷ ବଡ଼ ବିଧବା ମହିଳା ତାହିରାଙ୍କ ସହ ହେବାକୁ ଯାଉଛି। କିନ୍ତୁ ଅଜିମ ଯେତେବେଳେ ବିରୋଧ କଲେ, ତାଙ୍କ ଭାଇ ନଦୀମ, ଭାଉଜ ସାୟଦା ଓ ଅନ୍ୟ ପରିଜନ ତାଙ୍କ ସହ ମାଡପିଟ୍ କରିଥିଲେ। ଆଉ ଧମକ ଦେଇଥିଲେ କି ଯଦି ଅଭିଯୋଗ କରନ୍ତି, ଦୁଷ୍କର୍ମର ମିଛ ମାମଲାରେ ଫସାଇଦେବୁ। ସେଥିଲାଗି ତାଙ୍କୁ ନ୍ୟାୟ ଦରକାର। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଦାବି କରିଛନ୍ତି। ମାମଲାର ଗମ୍ଭୀରତା ଦୃଷ୍ଟିରୁ ପୁଲିସ ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now