ତୁନିଶା ଶର୍ମା ଆତ୍ମହତ୍ୟା: ବିଜେପି ଉଠାଇଲା ଲଭ ଜିହାଦ ମୁଦ୍ଦା

Spread the love

ମୁମ୍ବାଇ: ରବିବାର ବିଜେପି ବିଧାୟକ ରାମ କଦମ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାକୁ ଲଭ ଜିହାଦ ମୁଦ୍ଦା ଉଠାଇଛନ୍ତି। ମହାରାଷ୍ଟ୍ରର ପାଲଘରଠାରେ ଏକ ଟିଭି ସୋର ସେଟରେ  ଟିଭି ଅଭିନେତ୍ରୀ ତୁନିଶା ଶନିବାର ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ପରିବାର ଲୋକଙ୍କ ଅଭିଯୋଗ ପରେ ଅଲି ବାବା: ଦାସ୍ତାନ ଏ କବୁଲର ସହ ଅଭିନେତା ସିଜାନ ମହମ୍ମଦ ଖାନଙ୍କୁ ପୁଲିସ ଗିରଫ କରିଛି। ଉଭୟ ସମ୍ପର୍କରେ ଥିବା ବେଳେ ୧୫ ଦିନ ପୂର୍ବରୁ ସେମାନଙ୍କ ସମ୍ପର୍କରେ ଭଟା ପଡିଥିଲା, ଯାହା ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲା ବୋଲି ତୁନିଶାଙ୍କ ମା ଅଭିଯୋଗ କରିଥିଲେ।

ତେବେ ତୁନିଶାଙ୍କ ମୃତ୍ୟୁକୁ ନେଇ ବିଜେପି ବିଧାୟକ ଲଭ ଜିହାଦର ମାମଲା କହିବା ସହ ମାମଲାର ସମସ୍ତ ଦିଗକୁ ନେଇ ସଠିକ ତଦନ୍ତ ଚାଲିଛି ଓ ତୁନିଶାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି କହିଛନ୍ତି।

ବିଧାୟକ ଆହୁରି କହିଛନ୍ତି କି, ଆତ୍ମହତ୍ୟାର କାରଣ କଣ? ଲଭ ଜିହାଦ କି ଅନ୍ୟ କୌଣସି କାରଣ ରହିଛି ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।  କିନ୍ତୁ ତୁନିଶାଙ୍କ ପରିବାରକୁ ଶତ ପ୍ରତିଶତ ନ୍ୟାୟ ମିଳିବ। ଆଉ ଯଦି ଏହା ଲଭ ଜିହାତ ହୋଇଥାଏ ତେବେ ପୁଲିସ ଏହା ପଛରେ ଥିବା ସଂଗଠନ ଓ ଷଡଯନ୍ତ୍ରକାରୀଙ୍କୁ ବାହାର କରିବ।

ସିଜାନ ଖାନଙ୍କୁ ମୁମ୍ବାଇର ଭସାଇ କୋର୍ଟ ଆଜି ୪ ଦିନିଆ ପୁଲିସ କଷ୍ଟଡିକୁ ପଠାଇ ଦେଇଛି। କୋର୍ଟରେ ଖାନଙ୍କ ଓକିଲ ସରଦ ରାଏ ମିଡିଆକୁ କହିଛନ୍ତି, ଯାହା ବି ଘଟିଲା, ତା ଉପରେ ପୁଲିସ ଓ କୋର୍ଟ କାର୍ଯ୍ୟ କରୁଛନ୍ତି। ତେବେ ଖାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ। ଅନ୍ୟପଟେ ପାର୍ଥ ଜୁତସି, ଅନ୍ୟତମ ଅଭିନେତାଙ୍କୁ ପୁଲିସ ପଚରାଉଚରା ପାଇଁ ଡାକିଛି।

୨୦ ବର୍ଷୀୟା ତୁନିଶାଙ୍କୁ ଶନିବାର ସୁଟିଂ ସେଟର ୱାସରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଟର ସଦସ୍ୟମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *