ନିକ୍କି ହତ୍ୟା ମାମଲା: ସାହିଲର ବାପା ନାମରେ ରହିଛି ହତ୍ୟା ମାମଲା

Spread the love

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟା ମାମଲାରେ ନୂଆ ଖୁଲାସା। ନିକ୍କିର ବୟଫ୍ରେଣ୍ଡ ସାହିଲ ଗେହଲଟର ବାପା ବିରେନ୍ଦ୍ର ଗେହଲଟ ମଧ୍ୟ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲା। ସୋମବାର ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସିନ ରିକ୍ରିଏସନ ପାଇଁ ସାହିଲ ଓ ତାର ବାପା ବିରେନ୍ଦ୍ରଙ୍କୁ ପୁଲିସ ନିକ୍କିର ମୃତଦେହ ଥିବା ରାସ୍ତାକଡ ରେସ୍ତୁରାଣ୍ଟକୁ ନେଇଥିବା ସୂଚନା ରହିଛି।

ପୁଲିସ ନିକ୍କି ହତ୍ୟା ମାମଲାରେ ସମ୍ପୃକ୍ତି ସନ୍ଦେହରେ ସାହିଲର ବାପା ବିରେନ୍ଦ୍ର, ତାର ଦୁଇ ସମ୍ପର୍କୀୟ ଭାଇ ତଥା ଦୁଇ ସାଙ୍ଗଙ୍କୁ ପୁଲିସ ପଚରାଉଚରା କରିବା ପରେ ଗିରଫ କରିଛି।। କାରଣ ସେମାନଙ୍କ ଉତ୍ତର ଓ ସାହିଲର ବୟାନରେ ତାଳ ମେଳ ନଥିଲା। ସେମାନଙ୍କ ଗିରଫଦାରୀ ପରେ ପୁଲିସ ସେମାନଙ୍କୁ ନିକ୍କିର ମୃତଦେହ ରଖାଯାଇଥିବା ଢାବାକୁ ନେଇଥିଲା।

ପୁଲିସ ଅନୁଯାୟୀ, ସାହିଲର ସାଙ୍ଗମାନେ କହିଥିଲେ କି, ନିକ୍କି ଓ ସାହିଲ ୨୦୨୦ରେ ବିବାହ କରି ଗ୍ରେଟର ନୋଏଡାରେ ରହୁଥିଲେ। ସେହି କାରଣରୁ ପୁଲିସ ସାହିଲକୁ  ମଧ୍ୟ ସେମାନେ ରହୁଥିବା ଘରକୁ ନେବା ସହ ସେଠାର ପଡୋଶୀଙ୍କୁ ଜେରା କରିଥିଲା। ତଦନ୍ତକାଳରେ ପୁଲିସକୁ ଜାଣିବାକୁ ମିଳିଛି କି, ଉଭୟଙ୍କ ବିବାହ ସମ୍ପର୍କରେ ନିକ୍କିର ପରିବାର ଜାଣିଥିଲେ, ଯଦିଓ ଏହାକୁ ତଦନ୍ତର ପ୍ରାରମ୍ଭରୁ ମନା କରି ଆସିଛନ୍ତି।

ପୁଲିସ ବର୍ତ୍ତମାନ ଉଭୟଙ୍କ ପୋନ ଯାଞ୍ଚ କରି କେଉଁମାନେ ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛି। ସାହିଲ ଗେହଲଟକୁ ଗତ ମଙ୍ଗଳବାରରୁ ପୁଲିସ ଗିରଫ କରି ପାଞ୍ଚ ଦିନିଆ କଷ୍ଟଡିରେ ନେଇଛି।

ସୂଚନାଯୋଗ୍ୟ, ସାହିଲ ଗତ ୯ ତାରିଖରେ ଅନ୍ୟଜଣେ ଯୁବତୀଙ୍କ ସହ ନିର୍ବନ୍ଧ ହୋଇଥିଲା, ଏହା ପୂର୍ବରୁ ସେ ନିକ୍କି ଘରକୁ ଯାଇ ଥିଲା। ଉଭୟ ବଡି ଭୋରୁ ସାଙ୍ଗ ହୋଇ ଘରୁ ବାହାରି ଯାଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲିଥିଲେ। ଏହି ସମୟରେ ନିକ୍କି ଓ ସାହିଲ ଭିତରେ ନିର୍ବନ୍ଧକୁ ନେଇ ଯୁକ୍ତିତର୍କ ହୋଇଥିଲା ଓ ସାହିଲ ରାଗିଯାଇ ନିକ୍କିର ବେକକୁ ଏକ କେବୁଲରେ ଚାପି ହତ୍ୟା କରିଥିଲା। ଏହା ପରେ ସେମାନଙ୍‌କ ଢାବାକୁ ନେଇ ସେଠାରେ ଥିବା ରେଫ୍ରିଜରେଟରରେ ନିକ୍କିର ମୃତଦେହକୁ ରଖିଦେଇ ବିବାହ କରିବାକୁ ଚାଲିଯାଇଥିଲା।

Leave a Reply

Your email address will not be published. Required fields are marked *